ପୁରାତନ ଓ ନୂତନ ସିଆରସିସିଙ୍କୁ ସମ୍ବର୍ଦ୍ଧନା

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବିଦାୟ ନେଉଥିବା ସିଆର ସି ସି ଓ ନୂତନ ଭାବେ ନିଯୁକ୍ତି ପାଇଥିବା ସିଆରସିସି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏଥିରେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଲେଇ, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ତଥା ବିଆରସିସି ପ୍ରମୋଦ କୁମାର ନାୟକ ପ୍ରମୁଖ ଯୋଗଦେଇ  ନବ ନିଯୁକ୍ତ ସିଆରସିସି ମାନଙ୍କୁ କାର୍ଯ୍ୟଳୟ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିବା ବେଳେ  ପୁର୍ବତନ ସିଆରସିସି ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ସିଆରସିସି ସୁମନ୍ତ କୁମାର ନାୟକ,   ଆକାଶ କୁମାର ସାହୁ,  ଦେବାଶିଷ ସୌଭାଗ୍ୟ ରଞ୍ଜନ ବାରିକ, ନିରଞ୍ଜନ ପଣ୍ଡା,  ରାଜେନ୍ଦ୍ର କୁମାର ବଳ,  ବିଶ୍ୱଜିତ ରାଉତ,   ବିକାଶ କୁମାର ବାରିକ,  ପଙ୍କଜ କୁମାର ରାଉତ, ଆର୍ତ୍ତତ୍ରାଣ ଜେନା,  ଚନ୍ଦନ ଶଙ୍ଖୁଆ, ସତ୍ୟ ନାରାୟଣ ଗିରି, କେଶବ କର, ମଙ୍ଗଳ ହାଁସଦା, ଗଦାଧର ଜେନା, ପ୍ରଦୀପ ଦେହୁରୀ, ବସନ୍ତ ନାଇକ,  ଲକ୍ଷ୍ମଣ ମାଝୀ, ରବି ନାରାୟଣ ଦାସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ