ସମଣା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଲକ ସମଣା ଗ୍ରାମରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଏହାର ଫାଇନାଲ ମ୍ୟାଚ ତୁଳସୀପୁର ଓ ମକୁନ୍ଦପୁର ମଧ୍ୟ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଫାଇନାଲ ମ୍ୟାଚରେ ମକୁନ୍ଦପୁର ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୫ ୱିକେଟ ହରାଇ ୧୧୭ରନ କରିଥିଲା ବେଳେ ତାହାର ଜବାବରେ ତୁଳସୀପୁର ୧୧. ୪ ଓଭରରେ ୬ ୱିକେଟ ହରାଇ ୧୧୯ ରନ କରି ବହୁ କଷ୍ଟରେ ମ୍ୟାଚ ବିଜୟୀ ହୋଇଥିଲା । ମ୍ୟାଚରେ ଦୁଇ ଗୋପୀନାଥ କାଣ୍ଡି ଓ ସଂଜୀବ ସାହା ଅମ୍ପିୟାର ଭାବେ ଖେଳ ପରିଚାଳନା କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମଣା ଗ୍ରାମ ପଞ୍ଚାୟତର ସରପଞ୍ଚ ଜଗବନ୍ଧୁ କାଣ୍ଡି, ସମ୍ମାନୀୟ ଅତିଥି ଭାବେ ସମଣା ସେବା ସମବାୟ ସମିତିର ପୂର୍ବତନ ସମ୍ପାଦକ ବାମଦେବ ନାୟକ ଯୋଗଦେଇ ବିଜେତା ଓ ରନର୍ସ ଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଶ୍ରୀ ଯୁଝିଷ୍ଠିର ରଣା, ରବୀନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ମାଝୀ, ସୁନିଲ ସାହା, ଅଜୟ କାଣ୍ଡି, ମନୋରଞ୍ଜନ କାଣ୍ଡି, ଅନିଲ ସାହା,ଅମର କାଣ୍ଡି ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନା କରିଥିଲେ।


