ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମ୍ଭର୍ଦ୍ଧନା ପର୍ବ

କଟକ, (ଓ୍ବାଇଏନଏସ): କଟକସ୍ଥ ସିଡିଏ ବରିଷ୍ଠ ନାଗରିକ ମହାସଂଘ (ସିବନାମ )ର ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ରାଜ୍ୟ ର ପ୍ରସିଦ୍ଧ ଶ୍ରୀଶ୍ରୀ ପ୍ରସନ୍ନମଣି ଦେବ ବିଜେ ନିଜିଗଡ଼ ତିଗିରିଆସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ର ପରିଚାଳନା କମିଟି ଟ୍ରଷ୍ଟି ଲଳିତ କୃଷ୍ଣ ଦାସ ଙ୍କୁ ଭଵ୍ୟ ସମ୍ଭର୍ଦ୍ଧନା ଦିଆଯିବା ସହ ତାଙ୍କର ନୀରବଛିନ୍ନ ମନ୍ଦିର ଓ ଠାକୁର ସେବାର, ମନ୍ଦିର ସୁ ପରିଚାଳନା ପାଇଁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ “ସିବନାମ “ର ଅଧ୍ୟକ୍ଷ ନିତ୍ୟାନନ୍ଦ ମିଶ୍ର, ମହାସଚିବ ଶ୍ରମିକନେତା ଉତ୍କଳ ଭୂଷଣ ରାଉତରାୟ, ଉପସଭାପତି ତଥା ତିଗିରିଆ ମନ୍ଦିର ର ଠାକୁର ଶିଳ୍ପୀ ନକୁଳ ଚନ୍ଦ୍ର ମହାରଣା, ବିଜୟ କୁମାର ପାତ୍ର, ଧରଣୀ ପଟ୍ଟନାୟକ, ତିଗିରିଆ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ର ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ ମହାପାତ୍ର, ପୂଜାପଣ୍ଡା ବ୍ରଜକିଶୋର ଦାଶ, ଚନ୍ଦନ ପଣ୍ଡାଓ ପଦ୍ମଲୋଚନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ସମ୍ବର୍ଦ୍ଧନା ପର୍ବରେ “ସିବନାମ “ର ମହାସଚିବ ଶ୍ରୀ ରାଉତରାୟ ଓ ଠାକୁର ଶିଳ୍ପୀ ଶ୍ରୀ ମହାରଣା ଙ୍କୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅନୁରୂପ ସମ୍ଭର୍ଦ୍ଧନା ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ