ସମୀର ଟିଭିଏସରେ ଗ୍ୟାରେଜ ମେକାନିକଙ୍କ କର୍ମଶାଳା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଦୁହୁରିଆସ୍ଥିତ ସମୀର ଟିଭିଏସ ପରିସରରେ ଗ୍ୟାରେଜ ମେକାନିକମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏକଶହରୁ ଉର୍ଦ୍ଧ୍ୱ ପ୍ରାଇଭେଟ ମେକାନିକମାନେ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ। ସମୀର ଟିଭିଏସର ମାଲିକ ସମୀର କୁମାର ଚାନ୍ଦଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଶିବିରରେ ସେଲ୍ସ(ଟିଏମ) ରବିକାନ୍ତ ଆନନ୍ଦ, (ଟ୍ରେନି) ସୁନିଲ କୁମାର ଓ ପ୍ରତୀକ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ମେକାନିକ ଭାଇମାନଙ୍କୁ କିପରି ସରଳ ଓ ସୁବିଧା ଉପାୟରେ ଟିଭିଏସର ବିଏସ-୬ ବାଇକଗୁଡିକ ମରାମତି କରାଯାଇପାରିବ ସେ ସମ୍ପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ। ସମୀର ମୋଟର୍ସର ତତ୍ୱାବଧାରକ ସମୀର କୁମାର ଚାନ୍ଦ ଦୀର୍ଘ ୩୦ବର୍ଷ ଧରି ମେକାନିକ ଭାଇମାନଙ୍କ ସହ ସୁସମ୍ପର୍କ ରଖି ଆସିଥିବାରୁ ଆଜି ଏଭଳି ଏକ ମେଗା ସୋରୁମ ଛିଡା ହୋଇ ପାରିଛି ବୋଲି ସେମାନେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଟିଭିଏସ କମ୍ପାନୀର ୧୨ଟି ନୂତନ ବାଇକର ଶୁଭ ଉଦଘାଟନ ମେକାନିକ ଭାଇମାନଙ୍କ ଦ୍ୱାରା କରାଯାଇଥିଲା। ଦୁର୍ଯ୍ୟୋଧନ ମହାରଣା, ଲକ୍ଷ୍ମୀକାନ୍ତ ବେହେରା, ଅନିଜା ଜେନା, ଶୁଭଶ୍ରୀ ନାୟକ, ସମାପ୍ତି ବେହେରା, ଦିପ୍ତିମୟୀ ସେଠୀ, ଧନେଶ୍ୱର ମଲିକ, ବଳରାମ ସେଠୀଙ୍କ ସମେତ ସମୀର ଟିଭିଏସର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।