ସମୀର ଟିଭିଏସରେ ବହୁ ପ୍ରତିକ୍ଷୀତ ‘ଟିଭିଏସ ଅରବିଟର’ର ଶୁଭାରମ୍ଭ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): ଓଡ଼ିଶାର ଅଗ୍ରଣୀ ଅଟୋମୋବାଇଲ୍ ଡିଲର ‘ସମୀର ଟିଭିଏସ’ ପକ୍ଷରୁ କେନ୍ଦ୍ରାପଡ଼ାରେ ଟିଭିଏସ ମୋଟର କମ୍ପାନୀର ଅତ୍ୟାଧୁନିକ ଇଲେକ୍ଟ୍ରିକ୍ ସ୍କୁଟର ‘ଟିଭିଏସ ଅରବିଟର’ର ବହୁ ଅପେକ୍ଷିତ ଶୁଭାରମ୍ଭ କରାଯାଇଛି। କେନ୍ଦ୍ରାପଡା ତହସିଲଦାର ସୁଶ୍ରୀ କୁଇନି ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ସମୀର ଟିଭିଏସର ନିର୍ଦ୍ଦେଶକ ସମୀର କୁମାର ଚାନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଟିଭିଏସ କମ୍ପାନୀର ଟେରିଟୋରି ମ୍ୟାନେଜର(ଆଇସିଇ) ରବିକାନ୍ତ ଆନନ୍ଦ ଓ ଟେରିଟୋରି ମ୍ୟାନେଜର (ଇଭି) ରଶ୍ମୀରଞ୍ଜନ ଦାସ ଯୋଗଦେଇ କହିଲେ ‘ଟିଭିଏସ ଅରବିଟର’ସହରାଞ୍ଚଳ ଯାତାୟାତକୁ ଅଧିକ ସହଜ, ସୁରକ୍ଷିତ ଏବଂ ପରିବେଶ ଅନୁକୂଳ କରିବା ପାଇଁ ଟିଭିଏସ କମ୍ପାନୀର ଏହି ମଡେଲକୁ ବଜାରକୁ ଛଡ଼ାଯାଇଛି। ମୂଲ୍ୟ ଏବଂ ଉପଲବ୍ଧତା ଓଡ଼ିଶାର ଗ୍ରାହକମାନଙ୍କ ପାଇଁ ଏହି ସ୍କୁଟରର ଏକ୍ସ-ସୋ’ରୁମ୍ ମୂଲ୍ୟ ୧,୧୬,୨୦୦ ରଖାଯାଇଛି। କେନ୍ଦ୍ରାପଡ଼ାର ଦୁହୁରିଆ ସ୍ଥିତ ସମୀର ଟିଭିଏସ ସୋ’ରୁମ୍‌ରେ ଏହାର ବୁକିଂ ଏବଂ ଟେଷ୍ଟ ରାଇଡ୍ ଆଜିଠାରୁ ଉପଲବ୍ଧ ହେଉଛି। ଟିଭିଏସ ଅରବିଟରର ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଏହାର ଦମଦାର ରେଞ୍ଜ। ଏହା ଏକ ଶକ୍ତିଶାଳୀ ୩.୧ କିଲୋୱାଟ ବ୍ୟାଟେରୀ ସହିତ ଆସୁଛି। ଯାହା ଥରେ ଚାର୍ଜ କଲେ ୧୫୮ କିଲୋମିଟର (ଆଇଡିସି) ପର୍ଯ୍ୟନ୍ତ ଚାଲିବ। ଏହାର ଷ୍ଟାଇଲିସ୍ ଡିଜାଇନ୍ ରହିଛି। ଏଥିରେ ପ୍ରଥମ କରି ୧୪-ଇଞ୍ଚର ବଡ଼ ଆଗ ଚକ (ଫ୍ରି ହୁଇଲ) ଦିଆଯାଇଛି। ଯାହା ଖରାପ ରାସ୍ତାରେ ମଧ୍ୟ ଭଲ ସନ୍ତୁଳନ ଏବଂ ଆରାମଦାୟକ ଯାତ୍ରା ପ୍ରଦାନ କରିବ। ସ୍ମାର୍ଟ ଟେକ୍ନୋଲୋଜିର ବ୍ୟବହାର ହୋଇଛି। ଏଥିରେ ୫.୫ ଇଞ୍ଚର ରଙ୍ଗୀନ ଏଲସିଡି ଡିସପ୍ଲେ ସହ ସ୍ମାର୍ଟ ସ୍କନେକ୍ଟ ସୁବିଧା ରହିଛି। ଏହା ମାଧ୍ୟମରେ ନାଭିଗେସନ୍‌, କଲ୍‌/ଏସଏମଏସ ଆଲର୍ଟ ଏବଂ ସୁରକ୍ଷା ପାଇଁ କ୍ରାସ୍ ଆଲର୍ଟ ଭଳି ସୁବିଧା ମିଳିପାରିବ। ଅଧିକ ଷ୍ଟୋରେଜ୍ ବ୍ୟବସ୍ଥା ରହିଛି। ସିଟ୍ ତଳେ ୩୪ ଲିଟରର ବଡ଼ ଷ୍ଟୋରେଜ୍ ସ୍ପେସ୍ ରହିଛି। ଯେଉଁଥିରେ ଦୁଇଟି ହେଲମେଟ୍ ସହଜରେ ରଖାଯାଇପାରିବ। ଆଧୁନିକ ଫିଚର୍ସ ହେଉଛି ଏଥିରେ କ୍ରୁଜ୍ କଣ୍ର୍ଟ୍ରୋଲ୍‌, ହିଲ୍ ହୋଲ୍ ଆସିଷ୍ଟ ଏବଂ ରିଭର୍ସ ମୋଡ୍ ଭଳି ପ୍ରିମିୟମ ସୁବିଧା ରହିଛି। ଏହି ଅବସରରେ ସମୀର ଟିଭିଏସ ର ପରିଚାଳନା କତ୍ତୃପକ୍ଷ କହିଛନ୍ତି ଯେ, “କେନ୍ଦ୍ରାପଡ଼ା ବାସୀଙ୍କ ପାଇଁ ଟିଭିଏସ ଅରବିଟର ଭଳି ଏକ ଉନ୍ନତମାନର ଇଲେକ୍ଟ୍ରିକ୍ ସ୍କୁଟର ଆଣି ଆମେ ଅତ୍ୟନ୍ତ ଆନନ୍ଦିତ। ମାତ୍ର ୧,୧୬,୨୦୦ ରୁ ଆରମ୍ଭ ହେଉଥିବା ଏହି ସ୍କୁଟରଟି ସାଧାରଣ ଲୋକଙ୍କ ବଜେଟ୍ ମଧ୍ୟରେ ଏକ ଶ୍ରେଷ୍ଠ ଇଲେକ୍ଟ୍ରିକ୍ ଗାଡ଼ି ଭାବରେ ପ୍ରମାଣିତ ହେବ। ଏହି କାର୍ଯ୍ୟକ୍ରମରେ ସମୀର ଟିଭିଏସର କର୍ମକର୍ତ୍ତା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ