ଭାଇଚାରାର ବାର୍ତ୍ତା ବାଣ୍ଟିଲା ସମୀର ଟିଭିଏସ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ସହର ଉପକଣ୍ଠ ଦୁହୁରିଆରେ ଥିବା ସମୀର ଟିଭିଏସ୍ ଭାଇଚାରାର ବାର୍ତ୍ତା ବାଣ୍ଟିଛି। ମୁସଲମାନ ଭାଇମାନେ ରୋଜା ପାଳନ କରୁଥିବା ବେଳେ ଦୁହୁରିଆ ସ୍ଥିତ ସମୀର ଟିଭିଏସ୍ ପରିସରରେ ଏକ ଇଫତାର ପାର୍ଟିର ଆୟୋଜନ କରାଯାଇଥିଲା। ଏହି ଇଫତାର ପାର୍ଟିରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ। ଏହା ଉଭୟ ସଂପ୍ରଦାୟ ମଧ୍ୟରେ ଭାଇଚାରା, ଓ ସଦଭାବନା ରକ୍ଷାର ଏକ ଅନନ୍ୟ ପରମ୍ପରା ସୃଷ୍ଟି କରିଥିଲା। ଉଭୟ ମୁସଲମାନ ଓ ହିନ୍ଦୁ ଭାଇମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇଥିଲେ। ପରେ ସମସ୍ତେ ଏକାଠି ହୋଇ ସେଠାରେ ରୋଜା ଫିଟାଇ ଖାଦ୍ୟ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମୀର ଟିଭିଏସ୍ର ନିର୍ଦ୍ଦେଶକ ସମୀର କୁମାର ଚାନ୍ଦ, ବଳରାମ ସେଠୀ, କୁମାର ଚିରନଜ୍ୟୋତି ନାୟକ, ହିମାଂଶୁ ରାଉତ, ଲକ୍ଷ୍ମୀକାନ୍ତ ବେହେରା, ଦୁର୍ଯ୍ୟୋଧନ ମହାରଣା, ଅନିଜା ଜେନା, ଜଗନ୍ନାଥ ମହାରଣା ପ୍ରମୁଖ ଶତାଧିକ ଭଦ୍ରବ୍ୟକ୍ତି ଓ ସମୀର ଟିଭିଏସ ପରିବାରର ସଦସ୍ୟମାନେ ଇଫତାର ପାର୍ଟିରେ ସାମିଲ ହୋଇଥିଲେ।


