ବିଜେପି ନେତାଙ୍କ ଘର ଉପରେ ସଙ୍ଘବଦ୍ଧ ଆକ୍ରମଣ: ୯ ଅଟକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ବିଜେପି ନେତାଙ୍କ ବାସଭବନକୁ ସଂଘବଧ ଭାବେ ଆକ୍ରମଣ ଘଟଣାରେ ଉତ୍ତେଜନା ପ୍ରକାଶ ପାଇଛି. ସମ୍ପୃକ୍ତ ଘଟଣା ନେଇ ଘଟଣା ସ୍ଥଳରେ ଗଜପତି ଏସପିଙ୍କ ନେତୃତ୍ୱରେ 4 ପ୍ଲାଟୁନ ପୋଲିସ ସଜାଗ ରହିଛନ୍ତି. ଖବର ଲେଖିବା ସୁଦ୍ଧା 9 ଜଣଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି. ଘଟଣାରୁ ପ୍ରକାଶ, ପୂର୍ବତନ ଭାଜପା ଗଜପତି ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବରାମ ସୁଆରଙ୍କ ଚାନ୍ଦିପୁଟ ବାସଭବନରେ ସଂଘବଦ୍ଧ ଆକ୍ରମଣ ଯୋଗୁଁ  ହୋଇଛି. ଏହି ଆକ୍ରମଣରେ ଘର ଭଙ୍ଗାରୁଜା ହେବା ସହ ଶିବରାମଙ୍କ ୮୦ ବର୍ଷୀୟା ମା ଆହାତ ହୋଇଥିବା ଅଭିଯୋଗ ହୋଇଛି. ସୂଚନା ପ୍ରକାରେ ସୋମବାର ଦିନ ସନ୍ଧ୍ୟା ସମୟରେ ଶିବରାମ କୌଣସି କାମରେ ବାହାରକୁ ଯାଇଥିବା ବେଳେ ହଠାତ ଚାନ୍ଦିପୁଟ ଗ୍ରାମର 100 ରୁ ଅଧିକ ଯୁବକ ସଂଘବଦ୍ଧ ଭାବେ  ଆକ୍ରମଣ କରିଥିବା ନେଇ ମୋହନା ଥାନାରେ ଏକ ଲିଖିତ ଅଭିଯୋଗ ସହ ଏହି ଆକ୍ରମଣ ଘଟଣାର ସିସି କ୍ୟାମେରାରେ ରେକର୍ଡ ହୋଇଥିବା ଫୁଟେଜକୁ ପୋଲିସକୁ ଦିଆଯାଇଛି. ଏସବୁକୁ ନେଇ ପୋଲିସ 9 ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି.  ଘଟଣା ସ୍ଥଳରେ ଗଜପତି ଏସପି ଯତୀନ୍ଦ୍ର ନାଥ ପଣ୍ଡା,  ଆର ଉଦୟଗିରି ଏସଡିପିଓ ରାକେଶ ସାହୁ, ଥାନା ଅଧିକାରୀ ବସନ୍ତ କୁମାର ସେଠୀ ପ୍ରମୁଖଙ୍କ ସହ 4 ପ୍ଲାଟୁନ ପୋଲିସ ଫୋର୍ସ ସଜାଗ ରହିଛନ୍ତି. ଖବର ଲେଖିବା ସୁଦ୍ଧା 9 ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା ଜାରି ରହିଛି. ସିସିଟିଭିକୁ ଆଧାର କରି ଅଭିଯୁକ୍ତମାନକୁ ଅଟକ ରଖିବା ସହ ପ୍ରକୃତ ଦୋଷୀଙ୍କୁ ଗିରଫ ପାଇଁ ପୋଲିସ ବ୍ୟାପକ ତନାଘନା ଆରମ୍ଭ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ