ଗ୍ରାମ କମିଟି ଗଠନକୁ ନେଇ ସଙ୍ଘବଦ୍ଧ ଆକ୍ରମଣ : ଜଣେ ମୃତ ୩ ଆହତ
ଛତ୍ରପୁର (ଓ୍ବାଇଏନଏସ): ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ଗଞ୍ଜାମ ଜିଲ୍ଲା l ଜିଲ୍ଲାରେ ହତ୍ୟା, ଦୁଷ୍କର୍ମ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମଙ୍ଗଳବାର ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧିନ ଗୋବା ଗ୍ରାମରେ ଘଟିଛି ଆଉ ଏକ ହତ୍ୟା ଘଟଣା l ଗ୍ରାମ କମିଟି ଗଠନକୁ ନେଇ ସଂଘବଧ ଭାବେ ଆକ୍ରମଣରେ ଜଣେ ମୃତ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି l ମୃତ ଜଣକ ହେଲେ ଗୋବା ଗ୍ରାମର ତୋଫାନ ସ୍ୱାଇଁ ଆଉ ଆହତ ମାନେ ହେଲେ ସୁଧୀର ସ୍ୱାଇଁ, ନନ୍ଦ ବାରିକ, ରାହୁଲ ସ୍ୱାଇଁ l ସୂଚନା ମୁତାବକ ଗ୍ରାମରେ ଗ୍ରାମ କମିଟି ଗଠନକୁ ନେଇ ଗୋବା ଗ୍ରାମ ଛକ ନିକଟରେ ଏକ ବାଇକ ଯୋଗେ ୧୦ ଜଣ ଆସି ଠେଙ୍ଗା ଓ ଖଣ୍ଡା ରେ ଆକ୍ରମଣ କରିଥିଲେ l ସମସ୍ତଙ୍କୁ ପ୍ରଥମେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା l ସେଠାରେ ଗୁରୁତର ଥିବା ତୋଫାନ ସ୍ୱାଇଁ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା l ବ୍ରହ୍ମପୁର ବଡ଼ ମେଡ଼ିକାଲରେ ତୋଫାନ ଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର l ଛତ୍ରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମେଡ଼ିକାଲରେ ପହଂଚି ଘଟଣାର ଅନୁଧ୍ୟାନ କରୁଛନ୍ତି l


