ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ: ବର୍ଷାଦିନ ପୂର୍ବରୁ ଡ୍ରେନ ସଫେଇ ଦାବି

ବେତନଟୀ ( ଉଦିତ କୁମାର ପରିଡା ) ମୟୂରଭଞ୍ଜ ଜିଲ୍ଲା ବେତନଟୀ ପଞ୍ଚାୟତ ବେତନଟୀ ବଜାରରେ ପରିମଳ ବ୍ୟବସ୍ଥା ଦିନକୁ ଦିନ ବିପର୍ଯ୍ୟସ୍ତ ହେବାକୁ ବସିଲାଣି। ଏହା ପ୍ରତି ନା ପ୍ରଶାସନର ନା ଜନପ୍ରତିନିଧିଙ୍କ କାହାରି ଦୃଷ୍ଟି ପଡୁନାହିଁ। ଆଗକୁ ବର୍ଷା ଦିନ ଆସୁଥିବା ବେଳେ ସମସ୍ତ ଡ୍ରେନ ଓ ଆବର୍ଜନା କୁଣ୍ଡ ପରିଷ୍କାର ନହେଲେ ଲୋକେ ନାହିଁ ନଥିବା ଅସୁବିଧା ଭୋଗିବେ ବୋଲି ଆଲୋଚନା ହେଉଛି। ଦେଖିବାକୁ ଗଲେ ବେତନଟୀ ବଜାରରେ ଜନସଂଖ୍ୟା ଦଶ ହଜାର ପାର ହେବାକୁ ବସିଲାଣି। ହେଲେ ଏଠି ଡ୍ରେନ ଓ ଆବର୍ଜନା କୁଣ୍ଡ ପରିଷ୍କାର ପାଇଁ ସେପରି କୌଣସି ଏକ ବଜେଟ ନାହିଁ କି ବ୍ଲକ ପ୍ରଶାସନ ପକ୍ଷରୁ ସେପରି କିଛି ପ୍ରସ୍ତାବକୁ ଆଗତ କରାଯାଉନାହିଁ। ଯାହା ଦ୍ୱାରା ଏକ ସାଙ୍ଗରେ ପୁରା ବେତନଟୀ ସାରା ଡ୍ରେନ ଓ ଆବର୍ଜନା କୁଣ୍ଡଗୁଡିକୁ ପରିଷ୍କାର କରାଯାଇପାରିବ। ବେତନଟୀ ବଜାରରେ ଚାରିଆଡେ ଡ୍ରେନଗୁଡିକ ଅଳିଆ ଆବର୍ଜନା ଭର୍ତ୍ତି ହୋଇରହିଛି। ଯେପରିକି ବେତନଟୀ ଆନନ୍ଦବଜାର, ହାଟଛକ, ପୁରୁଣା ବସଷ୍ଟାଣ୍ଡ, ଚଣ୍ଡୀଛକ, ବଙ୍ଗାଳଛକ, ଯୁଆଡେ ଦେଖିଲେ ଡ୍ରେନରେ ଅଳିଆ ଭର୍ତ୍ତି ହୋଇ ରହିଛି ଫଳରେ ଅଧିକାଂଶ ଦୋକାନମାନଙ୍କରୁ ନିର୍ଗତ ଅପରିଷ୍କାର ପାଣି ଡ୍ରେନ ମାନଙ୍କରେ ଅନେକ ଦିନ ଜମା ହୋଇରହିବା ଫଳରେ ସେଥିରୁ ପଚା ଦୁର୍ଗନ୍ଧ ଓ ମାରାତ୍ମକ ପୋକ ଜୋକ ବଂଶବୃଦ୍ଧି ହୋଇ ପରିବେଶକୁ ଦୂଷିତ କରୁଛନ୍ତି। ସେହିପରି ବେତନଟୀ ବଜାରରେ ତିଆରି ହୋଇଥିବା ସ୍ଥାୟୀ ଆବର୍ଜନା କୁଣ୍ଡଗୁଡିକ ଅନେକ ଦିନରୁ ଅଳିଆ ଭର୍ତ୍ତି ହୋଇ କୁଣ୍ଡ ଚାରିପଟ ବି ମଧ୍ୟ ଭର୍ତ୍ତି ହୋଇସାରିଲାଣି। କୁଣ୍ଡ ପାଖାପାଖି ଘର ଓ ଦୋକାନୀମାନଙ୍କ ଅଭିଯୋଗ ଅନୁସାରେ ଏହି କୁଣ୍ଡ ଅନେକ ଦିନରୁ ପରିଷ୍କାର କରାଯାଉନାହିଁ, ଏହାର ପରିଷ୍କାର ରହିଲେ ଆମେ ଘରର ଆବର୍ଜନା ଆଣି ଏଠାରେ ପକାଇବୁ, ଏହା ଯଦି ଭର୍ତ୍ତି ରହିବ ଆମେ କୁଣ୍ଡ ପାର୍ଶ୍ୱରେ ପକେଇବାକୁ ବାଧ୍ୟ ହଉଛୁ। ଯେହେତୁକୁଣ୍ଡ ପାର୍ଶ୍ୱରେ ଆମ ଘର ଓ ଦୋକାନ ଆମକୁ ଅନେକ ରୋଗ ମହାମାରୀ ହେବାର ମଧ୍ୟ ଭୟ ରହୁଛି। ଏହାର ପ୍ରତିକାର ଯଥା ଶୀଘ୍ର ହେବା ଦରକାର। ତତସହିତ ସିମେଣ୍ଟରେ ତିଆରି ନନ୍ଦ ଗୁଡିକରେ ରହିଥିବା ଆବର୍ଜନା କୁଣ୍ଡଗୁଡ଼ିକ ଅତି ନିମ୍ନ ମାନର ହୋଇଥିବା ହେତୁ କିଛି ଦିନପରେ ସେଗୁଡିକ ଭାଙ୍ଗି ଅଳିଆ ସବୁ ରାସ୍ତାକୁ ବାହାରି ଯାଉଛି। ବିଗତ କିଛି ଦିନ ତଳେ ଦେଖିବାକୁ ପାଇଥିଲୁ ଗତ କଳାବୈଶାଖୀ ପ୍ରବଳ ବର୍ଷା ମଧ୍ୟରାତ୍ରିରେ ବେତନଟୀ ହାଟଛକରେ ଅନେକ ଦୋକାନୀ ଓ ଲୋକଙ୍କ ଘରେ ଘରେ ଡ୍ରେନ ନର୍ଦ୍ଦମା ପାଣି ପଶିଥିଲା। ସେହିପରି ଆଉ ଦିନେ ବେତନଟୀ ପୁରୁଣା ବସଷ୍ଟାଣ୍ଡ ରୁ ଚଣ୍ଡୀଛକ ଡ୍ରେନ ନର୍ଦ୍ଦମା ପାଣି ଅନେକ ଦୋକାନରେ ପଶିବା ଖବର ନଜର ଆସିଥିଲା। ଅନେକ ଲୋକେ ଏଠିଯୋଗୁ ନାହିଁନଥିବା ଅସୁବିଧାରେ ସମୁଖୀନ ହୋଇଥିଲେ। ଏଣୁ ଆଗକୁ ବର୍ଷା ଦିନ ଆସୁଥିବା ବେଳେ ବେତନଟୀରେ ସମସ୍ତ ଭଙ୍ଗା ଡ୍ରେନ ମରାମତି ସହ ଡ୍ରେନ ପରିଷ୍କାର, ଓ ଆବର୍ଜନା କୁଣ୍ଡ ପରିଷ୍କାର କରାଯିବା ନେଇ ଏକ ବଜେଟ ଆଗତ କରାଯାଇ କାର୍ଯ୍ୟକାରୀ ପାଇଁ ସାଧାରଣରେ ଦାବି କରାଯାଇଛି। ଯାହା ଫଳରେ ବେତନଟୀରେ ସୁସ୍ଥ ପରିବେଶ ସୃଷ୍ଟି ହୋଇପାରିବ ବୋଲି ମତ ପ୍ରକାଶ ପାଇଛି। ଏଥିପ୍ରତି ବେତନଟୀ ବ୍ଲକ ମେଡ଼ିଆ ଆସୋସିଏସନ ପକ୍ଷରୁ ସ୍ଥାନୀୟ ବ୍ଲକ ପ୍ରଶାସନକୁ ଡ୍ରେନ ପରିଷ୍କାର ନିମନ୍ତେ ଦାବି ଜଣାଯାଇଥିଲା ହେଲେ କୌଣସି ପଦକ୍ଷେପ ନିଆଯାଇନାହିଁ। ଆଗକୁ ବର୍ଷା ଦିନ ଆସୁଥିବା ବେଳେ ବର୍ଷାରେ ଡ୍ରେନ ଭର୍ତ୍ତି ହୋଇ କେତେ ଲୋକଙ୍କ ଘରେ ଓ ଦୋକାନରେ ଡ୍ରେନ ପାଣି ପଶୁଛି ତାହା ଦେଖିବା ବାକି ରହିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ