ଆସିକାର ଗୋଟିଏ କେନ୍ଦ୍ରରେ ଆରମ୍ଭ ହେଲା ସଂସ୍କୃତ ଶାସ୍ତ୍ରୀ ପରୀକ୍ଷା

ଆସିକା  (ୱାଇଏନ୍‍ଏସ୍‍): ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଅଧିନରେ ପରିଚାଳିତ ଯୁକ୍ତ-୩ ଶେଷ ବର୍ଷ (ଶାସ୍ତ୍ରୀ) ପରୀକ୍ଷା ବୁଧବାର ଠାରୁ ସ୍ଥାନୀୟ ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି। ଆସନ୍ତା ଏପ୍ରିଲ ମାସ ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷାର ପ୍ରଥମ ଦିନରେ ପରୀକ୍ଷାର୍ଥୀ ମାନେ ପରିବେଶ ଶିକ୍ଷା ବିଷୟରେ ପରୀକ୍ଷା ଦେଇଥିଲେ। ଆସିକା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟରେ ଯୁକ୍ତତିନି ଶେଷ ବର୍ଷ (ଶାସ୍ତ୍ରୀ) ପରୀକ୍ଷାର ପ୍ରଥମ ଦିନରେ ସମୁଦାୟ ୪୫ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାପଡିଛି। ଆସିକା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ ଅଶ୍ୱିନୀ କୁମାର ଦାସଙ୍କ ନେତୃତ୍ୱରେ ଅଧ୍ୟାପକ ସନାତନ ପଣ୍ଡା, ବାବାନାଥ ମିଶ୍ର, ଶିଶିର କୁମାର ମିଶ୍ର, ଅଧ୍ୟାପିକା କବିତା କୁମାରୀ ଦାସ, କିରାଣୀ ଟୁନା ମହାରଣାଙ୍କ ସମେତ ଶିକ୍ଷା ବିଭାଗରେ ବହୁ ପଦାଧିକାରୀ ଏହି ଯୁକ୍ତ-୩ ଶେଷ ବର୍ଷ (ଶାସ୍ତ୍ରୀ) ପରୀକ୍ଷାକୁ ସୁପରିଚାଳନା କରିବା ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। ପ୍ରଥମ ଦିନର ପରୀକ୍ଷାରେ ସହଜ ଓ ସରଳ ଏବଂ ଭଲ ପ୍ରଶ୍ନ ପଡିଥିବାରୁ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେଇସାରିବା ପରେ ଖୁସି ମନରେ ଫେରିଥିବା ପରିଲକ୍ଷିତ ହୋଇଥିଲା। ସଂସ୍କୃତ ଯୁକ୍ତ ତିନି ଶାସ୍ତ୍ରୀ ଶେଷ ବର୍ଷ ପରୀକ୍ଷା ଦେବା ପାଇଁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା ବେଳେ ଆସିକା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ମାନଙ୍କୁ ସ୍ୱାଗତ କରାଯାଇଥିଲା। ସକାଳ ୮ଘଟିକାରୁ ଅପରାହ୍ନ ୧୧ ଘଟିକା ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିବା ପରିଲକ୍ଷିତ ହୋଇଥିଲା। ସିସିଟିଭି ନଜରରେ ପରୀକ୍ଷା କେନ୍ଦ୍ର ରହିଥିବା ବେଳେ ମୋବାଇଲକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଥିଲା। ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରରେ କଡା ଯାଞ୍ଚର ସମ୍ମୁଖୀନ ହୋଇଥିଲେ । ସକାଳ ୮ଟାରେ ପରୀକ୍ଷା ଆରମ୍ଭ ହେବାକୁ ଥିଲା ବେଳେ ପରୀକ୍ଷାର୍ଥୀମାନଙ୍କୁ ସକାଳ ସାଢେ ୭ଟାରେ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା । ପରୀକ୍ଷାର୍ଥୀମାନେ କିଏ କେଉଁ ସିଟ୍‍ରେ ବସିବେ ତାହା ମେକ୍‍ ମାଇକେଲ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ନୋଟିସ୍‍ ବୋର୍ଡରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା ବେଳେ ଏକ ସୁନ୍ଦର ପରିବେଶ ମଧ୍ୟରେ ପରୀକ୍ଷାର୍ଥୀମାନେ ପ୍ରଥମ ଦିନର ପରୀକ୍ଷା ଶୃଙ୍ଖଳିତ ଭାବେ ଦେଇଥିବା ଦେଖିବାକୁ ମିଳିଥିଲା । ପରୀକ୍ଷା କେନ୍ଦ୍ରରେ ଶିକ୍ଷାନୁଷ୍ଠାନ ପକ୍ଷରୁ ପରୀକ୍ଷାର୍ଥୀ ମାନଙ୍କ ପାଇଁ ପାନୀୟ ଜଳର ସୁବନ୍ଦୋବସ୍ତ କରାଯାଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ