ଆସିକାର ଗୋଟିଏ କେନ୍ଦ୍ରରେ ସରିଲା ସଂସ୍କୃତ ଶାସ୍ତ୍ରୀ ଦ୍ୱିତୀୟବର୍ଷ ପରୀକ୍ଷା

ଆସିକା  (ୱାଇଏନ୍‍ଏସ୍‍) : ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଅଧିନରେ ପରିଚାଳିତ ଶାସ୍ତ୍ରୀ ଦ୍ୱିତୀୟବର୍ଷ ପରୀକ୍ଷା ସ୍ଥାନୀୟ ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଶୃଙ୍ଖଳିତ ଭାବେ ଶେଷ ହୋଇଥିବା ଲକ୍ଷ୍ୟ କରାଯାଇଛି। ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଶାସ୍ତ୍ରୀ ଦ୍ୱିତୀୟବର୍ଷର ଏହି ପରୀକ୍ଷାର ପରୀକ୍ଷାର୍ଥୀ ମାନେ ୭ଟି ବିଷୟରେ ପରୀକ୍ଷା ଦେଇଥିଲେ। ଆସିକା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟରେ ସମୂଦାୟ ୪୪ ଜଣ ପରୀକ୍ଷାର୍ଥୀ ଏହି ସଂସ୍କୃତ ଦ୍ୱିତୀୟବର୍ଷ ଶାସ୍ତ୍ରୀ ପରୀକ୍ଷା ଦେଇଥିବା ଜଣାପଡିଛି। ଆସିକା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା କେନ୍ଦ୍ର ଅଧିକ୍ଷକ ଅଶ୍ୱିନୀ କୁମାର ଦାସଙ୍କ ନେତୃତ୍ୱରେ ଅଧ୍ୟାପକ ସନାତନ ପଣ୍ଡା, ବାବାନାଥ ମିଶ୍ର, ମନୋରଞ୍ଜନ ସାହୁ, ଶିଶିର କୁମାର ମିଶ୍ର, ଅଧ୍ୟାପିକା କବିତା କୁମାରୀ ଦାସ, କିରାଣୀ ଟୁନା ମହାରଣାଙ୍କ ସମେତ ଶିକ୍ଷା ବିଭାଗରେ ବହୁ ପଦାଧିକାରୀ ଏହି ଶାସ୍ତ୍ରୀ ଦ୍ୱିତୀୟବର୍ଷ ପରୀକ୍ଷାକୁ ସୁପରିଚାଳନା କରିବା ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। ଏହି ଶାସ୍ତ୍ରୀ ଦ୍ୱିତୀୟବର୍ଷ ପରୀକ୍ଷାରେ ଭଲ ପ୍ରଶ୍ନ ପଡିଥିବାରୁ ପରୀକ୍ଷାର୍ଥୀ ମାନେ ଖୁସି ପ୍ରକଟ କରିଥିବା ପରିଲକ୍ଷିତ ହୋଇଥିଲା। ସଂସ୍କୃତ ଶାସ୍ତ୍ରୀ ଦ୍ୱିତୀୟବର୍ଷ ପରୀକ୍ଷା ଦେବା ପାଇଁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା ବେଳେ ଆସିକା ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ମାନଙ୍କୁ ପରୀକ୍ଷାର ପ୍ରଥମ ଦିବସରେ ସ୍ୱାଗତ କରାଯାଇଥିଲା। ସକାଳ ୧୦ଘଟିକାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ପରୀକ୍ଷା ଚାଲିଥିବା ପରିଲକ୍ଷିତ ହୋଇଥିଲା। ସିସିଟିଭି ନଜରରେ ପରୀକ୍ଷା କେନ୍ଦ୍ର ରହିଥିବା ବେଳେ ହଲ୍‍ ଭିତରକୁ ମୋବାଇଲ ଫୋନ୍‍, ସ୍ମାର୍ଟ ୱାଚ୍‍ ନେବାକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ