ରିଷିପୁର ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଚାରାରୋପଣ କାର୍ଯ୍ୟକ୍ରମ

ଆସିକା  (ୱାଇଏନ୍‍ଏସ୍‍) ପରିବେଶର ସୁରକ୍ଷା ଲାଗି ଆସିକା ବ୍ଳକ ଅନ୍ତର୍ଗତ ବାଲିଛାଇ ଗ୍ରାମ ପଞ୍ଚାୟତର ରିଷିପୁର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ଜଷ୍ଟିସ୍‍ କର୍ଣ୍ଣର ଚାରିଟେବୁଲ୍‍ ଟ୍ରଷ୍ଟ ପକ୍ଷରୁ ଏକ ମେଗା ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ରିଷିପୁରର ପ୍ରଧାନଶିକ୍ଷୟିତ୍ରୀ ସସ୍ମିତା ନାହାକ, ଜଷ୍ଟିସ୍‍ କର୍ଣ୍ଣର ଟାରିଟେବୁଲ୍‍ ଟ୍ରଷ୍ଟର ସଂପାଦକ ଜଗନ୍ନାଥ ଚୌଧୁରୀ, ପରିବେଶବିତ୍‍ ଏ.ବ୍ରହ୍ମାନନ୍ଦ ଆଚାରୀ ପ୍ରମୁଖ ଯୋଗଦେଇ ଚାରାରୋପଣ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଜଙ୍ଗଲ ଓ ପ୍ରକୃତି ସୁରକ୍ଷା, ଚାରା ରୋପଣର ଆବଶ୍ୟକତା, ଗଛ ଲଗାଇବା ଓ ତାର ଯତ୍ନ ନେବା, ବୃକ୍ଷର ମାନବ ସମାଜ ପ୍ରତି ଅବଦାନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପରିବେଶକୁ ସବୁଜ ବନାନୀରେ ପରିଣତ କରିବା ନିମନ୍ତେ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ପରିସରରେ କରଂଜ, କଦମ୍ବ, ନୀଳଗିରି, ବାଦାମ୍‍, କୃଷ୍ଣଚୁଡା, ଅଁଳା, ଆକାଶିଆ, ନିମ୍ବ ସମେତ ବିଭିନ୍ନ କିସମର ଔଷଧିୟ ଓ ଛାୟା ପ୍ରଦାନକାରୀ ଚାରା ରୋପଣ କରାଯାଇଥିଲା ବେଳେ ପରିବେଶର ସୁରକ୍ଷା ଲାଗି ଅଧିକରୁ ଅଧିକ ଚାରା ରୋପଣ କରି ସେଗୁଡିକ ଯେପରି ବଞ୍ଚି ରହିପାରିବ ସେ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରାଯାଇଥିଲା । ରିଷିପୁର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ମେଗା ଚାରାରୋପଣ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସହକାରୀ ଶିକ୍ଷକ ପୁରୁଷୋତ୍ତମ ନାୟକ, ରବିନ୍ଦ୍ର ପଟ୍ଟନାୟକ, ସୁବାସ ଚନ୍ଦ୍ର ପ୍ରଧାନ, ସାନ୍ତନୁ କୁମାର ନାୟକ, ଶ୍ରୀମତୀ ସୁନିତାରାଣୀ ସାସମଲ, ଅନୁପ କୁମାର ମହାନ୍ତି, ପ୍ରଶାନ୍ତ କୁମାର ଜେନା, ପ୍ରିତିଶ୍‍ କୁମାର ପାତ୍ର, ଶିକ୍ଷାନୁଷ୍ଠାନର କର୍ମଚାରୀ ଅଶୁତୋଷ ସ୍ୱାଇଁ ଓ ମଂଜୁଲତା ନାହାକ ପ୍ରମୁଖ ସହଯୋଗ କରିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ, ସଚେତନ ନାଗରିକ, ପରିବେଶବିତ୍‌, ଗ୍ରାମବାସୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା। ରିଷିପୁର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିତା ନାହାକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଆଭିମୁଖ୍ୟ, ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷ କିପରି ମାନବ ସମାଜ ପାଇଁ ଅପରିହାର୍ଯ୍ୟ ତାହାରି ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ପରାମର୍ଶ ପ୍ରଦାନ କରି ପରିବେଶ ନଷ୍ଟ ଯୋଗୁଁ ଜଳବାୟୁ ପରିବର୍ତ୍ତନ ସହ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଘଟିବାରେ ଲାଗିଛି, ତେଣୁ ବହୁଳ ଭାବରେ ବୃକ୍ଷରୋପଣ କରି ପରିବେଶର ସନ୍ତୁଳନ ରକ୍ଷା କରିବା, ସବୁଜ ବଳୟ ବୃଦ୍ଧି କରିବା, ମୃତ୍ତିକା କ୍ଷୟ ରୋକିବା ଉପରେ ସମସ୍ତେ ଯତ୍ନବାନ୍‍ ହେବାକୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ