ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସପ୍ତଶକ୍ତି ସଙ୍ଗମ ଅନୁଷ୍ଠିତ

କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, କେନ୍ଦୁଝରଗଡ ଠାରେ ସପ୍ତଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟର ସହଜାରୀ ପ୍ରାଧ୍ୟାପିକା ଡ. ଶୁଭସ୍ମିତା ଦାଶ ଉପସ୍ଥିତ ରହି ପରିବାର, ସମାଜ ଓ ଦେଶର କଲ୍ୟାଣ ପାଇଁ କାମ କରିବାକୁ ତଥା ପର୍ଯ୍ୟାବରଣ ଓ କୁଟୁମ୍ଭ ପ୍ରବୋଧନ ସମ୍ବନ୍ଧରେ ମାଆମାନଙ୍କର ଭୂମିକା ବିଷୟରେ ବକ୍ତବ୍ୟରେ ପ୍ରକାଶ କରିଥିଲେ । ମାତୃଭାରତୀର ସଭାପତି ସୁଶ୍ରୀ ସଙ୍ଗୀତ ନନ୍ଦ କାର୍ଯ୍ୟକ୍ରମର ସଭାପତିତ୍ବ କରିଥିଲେ । ପରିଚାଳନା ସମିତିର ସଦସ୍ୟା ଦୁଲାରୀ ଜିସ୍କୁ ଓ ବରିଷ୍ଠ ଆଚାର୍ଯ୍ୟା ମଞ୍ଜୁଶ୍ରୀ ରାଉତ ଉପସ୍ଥିତ ଥିଲେ । ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତ ଅତିଥଙ୍କ ପରିଚୟ ପ୍ରଦାନ ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଆଚାର୍ଯ୍ୟା ସ୍ନେହଲତା ସାହୁ ସପ୍ତଶକ୍ତିର ଉଦ୍ଦେଶ୍ୟ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୦୫ ଜଣ ମାଆ ଉପସ୍ଥିତ ଥିଲେ । ବିଦ୍ୟାଳୟର ସମସ୍ତ ଗୁରୁମାମାନେ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ