ସରମରାରେ ୭ ଦିନ ଧରି ଚାଲିବ ସରସ୍ୱତୀ ପୂଜା ଉତ୍ସବ:

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ସରମରା ଠାରେ ପ୍ରତି ବର୍ଷ ପରି ଚଳିତ ବର୍ଷ ପ୍ରସିଦ୍ଧ ସରସ୍ୱତୀ ପୂଜା ଉତ୍ସବ ଆରମ୍ଭ ହୋଇଛି । ୪ ମଣ୍ଡପରେ ବିଦ୍ୟା ପ୍ରଦାୟିନୀ ମା’ସରସ୍ୱତୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି । ଦର୍ଶକ ମାନଙ୍କୁ ଆକୃଷ୍ଟ କଲାଭଳି ସୁଉଚ୍ଚ ତୋରଣ ନିର୍ମାଣ ସହ ବିଭିନ୍ନ ଆଲୋକ ମାଳାରେ ମଣ୍ଡପ ଓ ରାସ୍ତା ପାଶ୍ୱର୍କୁ ସଜ୍ଜିତ କରାଯାଇଛି । ପୂର୍ବରୁ ଗ୍ରାମରେ ଗୋଟିଏ ସ୍ଥାନରେ ମା’ଙ୍କ ପୂଜା ଆରମ୍ଭ ହୋଇଥିଲା । ୧୯୮୯ ମସିହା ଠାରୁ ୪ ମଣ୍ଡପରେ ମା’ଙ୍କ ପୂଜା ଉତ୍ସବ ଧୁମଧାମରେ ଚାଲିଛି । ଗ୍ରାମର ଉତ୍ତର ଦିଗରେ ୟୁନାଇଟେଡ କ୍ଲବ, ଦକ୍ଷିଣ ଦିଗରେ ଜୟ କିଷାନ, ଗ୍ରାମ ମଧ୍ୟରେ ସରସ୍ୱତୀ ୟୁଥ୍ କ୍ଲବ ଓ ଆସ ମିସ କ୍ଲବ ପକ୍ଷରୁ ପୂଜା ଉତ୍ସବ ଅନୁଷ୍ଠିତ ହେଉଛି । ଏହି ଉତ୍ସବ ୭ ଦିନ ଧରି ଚାଲିବ । ଏହି ପୂଜା ଦେଖିବା ପାଇଁ ବନ୍ତ ବ୍ଲକ ସମେତ ପାଶ୍ୱର୍ ବର୍ତ୍ତୀ ବ୍ଲକରୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଆସୁଥିବା ଦେଖାଯାଉଛି । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଜିଲା ବାହାରୁ ବହୁ ବ୍ୟବସାୟୀ ବିଭିନ୍ନ ଦୋକାନ ଖୋଲିଥିବାର ଦେଖାଯାଇଛି । ପ୍ରତ୍ୟେହ ସନ୍ଧ୍ୟାରେ ମେଲୋଡି ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଗ୍ରାମର ଉଦୀୟମାନ ଯୁବକ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଏହି ପୂଜା ଉତ୍ସବ ଶାନ୍ତିଶୃଂଖଳାର ସହ ଅନୁଷ୍ଠିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ