ଶାଳବଣିରେ ସରସ୍ଵତୀ ପୂଜା
ହଟଡିହି (ଓ୍ବାଇଏନଏସ): ହାଟଡିହିି ବ୍ଲକ ହାବଳେଶ୍ଵର ପଞ୍ଚାୟତ ଶାଳବଣିରେ ବିଦ୍ୟାଦାତ୍ରୀ ସରସ୍ଵତୀଙ୍କ ପୂଜା ମହା ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଛି। ରାମାକାନ୍ତ ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପୂଜାରେ ଶତୃଘ୍ନ ମଲ୍ଲିକ, ସୁଦର୍ଶନ ମଲ୍ଲିକ, ଶରତ ମଲ୍ଲିକ, ସୁନିଲ ମଲ୍ଲିକ, ସ୍ୱରାଜ ମଲ୍ଲିକ, ସୁରଜ ମଲ୍ଲିକ, ଦିପକ ମଲ୍ଲିକ, ଭାଗିରଥି ମଲ୍ଲିକ, ଆୟୁଷ ମଲ୍ଲିକ, ମାନସ ମଲ୍ଲିକ, ଶକର୍ଷଣ ମଲ୍ଲିକ ପ୍ରମୁଖ ସାମିଲ ହୋଇଛନ୍ତି। ଆଜି ଅପରାହ୍ନ ୨ଟାରେ ଘଟୋତ୍ତଳନ କରାଯାଇ ଗ୍ରାମ ପରିକ୍ରମା ପରେ ପୂଜା ମଣ୍ଡପରେ ସ୍ଥାପନ କରାଯାଇ ପଣ୍ଡିତ ଶୁକଦେବ ପଣ୍ଡା ଓ ଶଶିକାନ୍ତ ସଡ଼ଙ୍ଗିଙ୍କ ଦ୍ବାରା ବେଦମନ୍ତ୍ରରେ ପୂଜାର୍ଚ୍ଚନା କରାଯାଇ ଥିଲା। ସନ୍ଧ୍ୟାରେ ଭଜନ କିର୍ତ୍ତନ କରାଯିବା ସହ ପ୍ରସାଦ ବଣ୍ଟନ କରାଯାଇ ଥିଲା।


