ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ କ୍ରୀଡା ପ୍ରତିଯୋଗିତା
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ବାମେବାରୀ ସ୍ଥିତ ଟିସ୍କୋ ଖେଳ ପଡିଆରେ ବାମେବାରୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଉଦଘାଟନ ଅବସରରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ମାଇନିଙ୍ଗ କର୍ପୋରେସନ ଉଚ୍ଚବାଲି ଆଇରନ୍ ମାଇନ୍ସ ର ସିନିଅର ମ୍ୟାନେଜର ବିକାଶ ଚନ୍ଦ୍ର ପରିଡ଼ା ଯୋଗଦାନ କରି ଶିଶୁ ମନ୍ଦିର ର ବାର୍ଷିକ କ୍ରୀଡା ପ୍ରତିଯୋଗିତା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ଟାଟା ଷ୍ଟିଲ ବାମେବାରୀ ମାଇନ୍ସର ସିନିଅର ଏରିଆ ମ୍ୟାନେଜର ଅମୂଲ୍ୟ କୁମାର ପଣ୍ଡା ଯୋଗଦାନ କରି ଶିଶୁ ଭାଇ ଭଉଣୀ ମାନଙ୍କ ପାଇଁ ଖେଳ କିପରି ଶିକ୍ଷା ଓ ଜୀବନରେ କେତେ ଗୁରୁତ୍ୱପୂର୍ଣ୍ଣ ତଥା କୋଷିସ୍ କରନେ ବାଲୋ କା କୋଭି ହାର ନେହିଁ ହୋତା ଭଳି ଏକ ସୁନ୍ଦର ପ୍ରେରଣା ବାଣୀ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବାମେବାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ପୂଜାରୀ, ଧରଣୀଧର ଉଚ୍ଚ ବିଦ୍ୟାଳୟ ଗୁରୁଡା ର ପ୍ରଧାନ ଶିକ୍ଷୟିତ୍ରୀ ଗୁଣମଣି ମହାନ୍ତ ଯୋଗଦାନ କରିଥିଲେ। ତତ୍ ସହିତ ପରିଚାଳନା ସମିତିର ସମ୍ପାଦକ ନାରାୟଣ ଦାସ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ଜଏସ୍ବାଲ, ସଦସ୍ୟା ବାସନ୍ତୀ ମୁଣ୍ଡା ଯୋଗଦାନ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ରାମଚନ୍ଦ୍ର ମହାନ୍ତ ଅତିଥି ମାନଙ୍କର ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଙ୍କ ଦ୍ଵାରା କିଶୋର ବର୍ଗ ଭାଇ ମାନଙ୍କର ୧୦୦ ମିଟର ଦୌଡ ଓ ବାଲ ବର୍ଗ ଭଉଣୀ ମାନଙ୍କର ୧୦୦ ଦୌଡ ଖେଳକୁ ଉଦଘାଟନ କରି ବାର୍ଷିକ ଖେଳକୁଦ -୨୦୨୫ ର ଶୁଭାରମ୍ଭ କରିଥିଲେ ଏବଂ ମୂଖ୍ୟ ଅତିଥି ଉଦଘାଟନ ଖେଳର ବିଜେତାଙ୍କୁ ପୁରସ୍କୃତ ମଧ୍ୟ କରିଥିଲେ।ଶେଷରେ ଗୁରୁମା ଦେବକୀ ମହାନ୍ତ ଧନ୍ୟବାଦ ଅର୍ପଣ ପ୍ରଦାନ କରିଥିଲେ। ଉଦଘାଟନ ସଭାକୁ ପରିଚାଳନାରେ ସହଯୋଗ କରିଥିଲେ ଗୁରୁଜୀ ଅରବିନ୍ଦ ମହାନ୍ତ କରିଥିଲେ। ପରିଶେଷରେ ପ୍ରଧାନ ଆଚାର୍ଯ୍ୟଙ୍କ ମାର୍ଗ ଦର୍ଶନରେ ସମସ୍ତ ଗୁରୁଜୀ ଗୁରୁମା ମାନଙ୍କର ମିଳିତ ପ୍ରୟାସରେ ବାର୍ଷିକ ଖେଳକୁଦ ର ଉଦଘାଟନ ଦିବସର ସମସ୍ତ ଖେଳ ସୁରୁଖୁରୁରେ ସମାପ୍ତ ହୋଇଛି।


