ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଦେଶିକ ଗଣିତ ଉଦଯାପିତ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସ୍ଥାନୀୟ ଜେଲରୋଡ, କେନ୍ଦୁଝରଗଡ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ପ୍ରାଦେଶିକ ଗଣିତ ମେଳା ୨୦୨୫ ଉଦଯାପିତ ହୋଇଯାଇଛି । ଉତ୍ତର ସଂଭାଗ ସଭାପତି ରଣଜିତ୍ କୁମାର ଧଳଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବରେ କେନ୍ଦୁଝରଗଡ ପୌରପାଳିକାର ଅଧ୍ୟକ୍ଷା ନିକୁ ସାହୁ ଯୋଗଦେଇ ଗଣିତ ଶିଶୁଙ୍କ ଜୀବନରେ ଗଭୀର ପ୍ରଭାବ ପକାଏ ବୋଲି ନିଜ ବସ୍ତବ୍ୟ ରଖିଥିଲେ । ସମ୍ମାନୀତ ଅତିଥି ଭାବରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ପ୍ରାକ୍ତନ ସଂପାଦକ ଇଂ ଅମରବର ଖଟୁଆ ଯୋଗ ଦେଇ ଆଜକୁ ୫୦୦୦ ବର୍ଷ ପୂର୍ବେ ଭାରତର ମୁନି ଋଷିମାନେ ସଂସ୍କୃତ ଗ୍ରନ୍ଥମାନଙ୍କରେ ଯେଉଁ ଗାଣିତିକ ତଥ୍ୟ ପ୍ରଦାନ କରିଛନ୍ତି ତାହା ଏବେ ମଧ୍ୟ ବିଶ୍ୱ ପାଇଁ ମାର୍ଗଦର୍ଶନ କରୁଅଛି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୁଗ୍ମ ସଂପାଦକ କୈଳାସ ଚନ୍ଦ୍ର ମହାନ୍ତ ଯୋଗ ଦେଇ ହିନ୍ଦୁ ଧର୍ମର ପ୍ରତ୍ୟେକ ସାମାଜିକ ଚଳଣୀରେ ଗଣିତ ହିଁ ବିଦ୍ୟମାନ ସେହି କଥା କହିଥିଲେ । ସଂଭାଗ ସଂଯୋଜକ କ୍ଷେତ୍ରମୋହନ ଦାଶ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରାନ୍ତ ଗଣିତ ସଂଯୋଜକ ବିରଞ୍ଚି ନାରାୟଣ ମହାପାତ୍ର ଗଣିତ ମେଳାର ବୃତ୍ତକଥନ ରଖିଥିଲେ । ବିଦ୍ୟାଳୟର ସଂପାଦକ ସୁଧାଂଶୁ ଶେଖର ପଣ୍ଡା, କୋଷାଧ୍ୟକ୍ଷ ବିଜୟ କୁମାର ଦୀକ୍ଷିତ୍, ପୂର୍ଣ୍ଣକାଳିନ ସଂଜୟ ମିଶ୍ର, ରୁଦ୍ରନାରାୟଣ ବେହେରା, ଜ୍ଞାନରଂଜନ ପାଢୀ, ହରିଶ୍ଚନ୍ଦ୍ର ପଣ୍ଡା, ଲମ୍ବୋଦର ମହାନ୍ତ, ପ୍ରଦୀପ କୁମାର ସାହୁ, ଅଖିଳ ଭାରତୀୟ ବୈଦିକ ଗଣିତ ସହ ସଂଯୋଜକ ପ୍ରସନ୍ନ କୁମାର ସାହୁ ଉପସ୍ଥିତ ଥିଲେ । ବିଦ୍ୟାଳୟ ପ୍ରଧାନଆଚାର୍ଯ୍ୟ ଅଲେଖ ମହାନ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଉକ୍ତ ମେଳାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିଶୁଙ୍କ ଗଣିତ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ପତ୍ରବାଚନ, ପ୍ରଶ୍ନମଞ୍ଚ, ପ୍ରୟୋଗ, ଆଚାର୍ଯ୍ୟ ପତ୍ରବାଚନ ଆଦି ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ