ସରପଞ୍ଚ ଓ ଆମ ପୋଲିସ ବୈଠକ ଅନୁଷ୍ଠିତ
ହାଟଡିହି (ଓ୍ବାଇଏନଏସ): ଥାନା ଅଞ୍ଚଳରେ ଥିବା ମନ୍ଦିର ଗୁଡିକର ସ୍ଥିତି ନେଇ ପୋଲିସ, ସରପଞ୍ଚ ଓ ଆମ ପୋଲିସ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ପୋଲିସ ଏସ. ଆଇ ବିନୀତା ଲାକ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଥାନା ଅଧୀନରେ ଥିବା ସମସ୍ତ ପଞ୍ଚାୟତରେ କେତୋଟି ମନ୍ଦିର ଅଛି ଓ ସେଗୁଡିକର ସ୍ଥିତି, ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଏସ ଆଇ ଗୋପାଳ ମିଶ୍ର, ଆମ ପୋଲିସ ସଦସ୍ୟ ସୁଧାଂଶୁ ଦକ୍ଷିଣରାୟ, କିଶୋର ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ଜେନା, ଦୁଃଶାସନ ସାହୁ, ମୋହନ କୁମାର ବେହେରା, ବୀରେନ୍ଦ୍ର କୁମାର ବିଶ୍ଵାଳ, ପ୍ରମୋଦ ନାୟକ, ବାଳକୃଷ୍ଣ ନାୟକ ହାବଳେଶ୍ୱର ସରପଞ୍ଚ ରମାକାନ୍ତ ନାୟକ, ସମଣା ସରପଞ୍ଚ ଜଗବନ୍ଧୁ କାଣ୍ଡି, ଓରାଳି ସରପଞ୍ଚ ହରିଶ୍ଚନ୍ଦ୍ର ଜେନା, ଷଡ଼ଙ୍ଗ ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ, ପନ୍ଦାଡୋ ସରପଞ୍ଚ ପ୍ରତିନିଧି ନିକୁଞ୍ଜ ଓଝା, ଶାସଙ୍ଗ ସରପଞ୍ଚ ପ୍ରତିନିଧି ସୁଧାଂଶୁ ବିଶ୍ୱାଳ, ଅଁରା ସରପଞ୍ଚ ପ୍ରତିନିଧି ବିଶ୍ୱମ୍ବର ବେହେରା, ଗେଡ଼ମା ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କାଣ୍ଡି, କଳିଗାଁ ସରପଞ୍ଚ ପ୍ରତିନିଧି ପୀତବାସ ଜେନା, ମରେଇଗାଁ ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର ଜେନା, ଶାଳଣିଆଁ ସରପଞ୍ଚ ପ୍ରତିନିଧି ଭୀମସେନ ଜେନା, ସୁଲଣ ସରପଞ୍ଚ ପ୍ରତିନିଧି ଦିଲ୍ଲୀପ କୁମାର ମଲ୍ଲିକ, ଡଅଁର ସରପଞ୍ଚ ପ୍ରତିନିଧି ମଣିନାଥ ଜେନା, ଆଇତିପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ନିଜ ନିଜର ମତ ଉପସ୍ଥାପିତ କରିବା ସହିତ ଦୁଇ ଦିନ ଭିତରେ ଏହି ରିପୋର୍ଟ ଦେବାକୁ ସହମତି ଜଣାଇ ଥିଲେ।


