ସଦାଶିବପୁର ଗ୍ରାମପଞ୍ଚାୟତରେ ସରପଞ୍ଚଙ୍କୁ ତାଲା
ଢେ଼ଙ୍କାନାଳ,(ତାପସ ଦାଶ): ଓଡ଼ାପଡ଼ା ବ୍ଲକ ସଦାଶିବପୁର ଗ୍ରାମପଞ୍ଚାୟତରେ ସୋମବାର ଦିନ ସରପଞ୍ଚଙ୍କୁ ସଦାଶିବପୁର ଗ୍ରାମର ବିଭିନ୍ନ ସାହିର ମହିଳାମାନେ ଏକାଠି ହୋଇ ତାଲା ପକାଇ ଦେଇଛନ୍ତି । ଦୀର୍ଘ ସମୟ ପରେ ପୋଲିସ ପହଞ୍ଚି ସରପଞ୍ଚଙ୍କୁ ଉଦ୍ଧାର କରିଥିଲା । ସୂଚନା ମୁତାବକ ସଦାଶିବପୁର ଗ୍ରାମପଞ୍ଚାୟତରେ ବିଭିନ୍ନ ପାଇପ ଲାଇନ ପଡ଼ିଛି ହେଲେ ପାଣି ଆସୁ ନାହିଁ । ଯାହା ଦ୍ଵାରା ଦିର୍ଘ ଦିନର ସମସ୍ୟା ଦେଖା ଦେଇ ଥିଲା ବେଳେ ୩ ମାସ ହେବ ସେମାନେ ସରପଞ୍ଚଙ୍କୁ ଜଣାଇ ଫେଲ ମାରିବାରୁ ସରପଞ୍ଚ କାର୍ଯ୍ୟାଳୟରେ ଥିବା ସମୟରେ ମହିଳାମାନେ ଗରା ବାଲଟି ଧରି ପହଞ୍ଚି ଥିଲେ ଏବଂ ସରପଞ୍ଚଙ୍କୁ ତାଲା ପକାଇ ଦେଇଥିଲେ । ଏହା ମଧ୍ୟରେ ସରପଞ୍ଚ ଧରିତ୍ରୀ ମଲ୍ଲିକ ଦିର୍ଘ ସମୟ ଧରି ତାହା ମଧ୍ୟରେ ରହିଥିଲେ । ଖବର ପାଇ ପୋଲିସ ପହଞ୍ଚି ସରପଞ୍ଚଙ୍କୁ ଉଦ୍ଧାର କରିଥିଲେ । ଏବଂ ମହିଳା ମାନଙ୍କୁ ଦିନେ/୨ଦିନ ଭିତରେ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।