ପାନୀୟ ଜଳ ପ୍ରକଳ୍ପକୁ ଉଦ୍ଘାଟନ କଲେ ସରପଞ୍ଚ
ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କୋରୁଅ ଗ୍ରାମ ପଂଚାୟତ ଅନ୍ତର୍ଗତ ଗାରୋଇ(ଡାହାଣିଖିଆ)ର ଏକ ପାନୀୟ ଜଳ ପ୍ରକଳ୍ପକୁ ମୁଖ୍ୟ ଅତିଥି ଭାବେ ପଂଚାୟତର ସରପଂଚ ସନ୍ଧ୍ୟାରାଣୀ ବେହେରା ଯୋଗ ଦେଇ ଉଦ୍ଘାଟନ କରିଛନ୍ତି। ଏହି ପ୍ରକଳ୍ପ ମାଧ୍ୟମରେ ଡାହାଣୀଖିଆ, ଗହୀରପଡା, ଧୂଆଁପଦା ଆଦି ୩ଟି ଗ୍ରାମର ୫୦୦ରୁ ଉର୍ଦ୍ଧ୍ୱ ପରିବାର ବିଶୁଦ୍ଧ ପାନୀୟ ଜଳ ପାଇ ପାରିବେ ବୋଲି ସରପଂଚ ଶ୍ରୀମତୀ ବେହେରା କହିଛନ୍ତି। ତାଙ୍କ ସହିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ରଶ୍ମୀରଞ୍ଜନ ଦାସ,ସମାଜସେବୀ କୃପାସିନ୍ଧୁ ଦାସ, ଅଭିରାମ ପରିଡା, ଶ୍ରୀଧର ପରିଡା, ଭୋଳିନାଥ ସ୍ୱାଇଁ, ସୁଶାନ୍ତ ପରିଡା, ଧୃବ ପରିଡା, ମିହିନ ପରିଡା, ଅଶୋକ ପରିଡା, ତୋଫାନ ପରିଡା, କରୁଣାକର ପରିଡା, ଗୁଣନିଧି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


