ପ୍ରଧାନଶିକ୍ଷକଙ୍କ ମହାଦୁର୍ନୀତି ନେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ସରପଞ୍ଚ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ରାୟଗଡ଼ସ୍ଥିତ ଡିଆରଡବ୍ଲ୍ୟୁ ଏସଏସଡି ହାଇସ୍କୁଲର ପ୍ରଧାନଶିକ୍ଷକ ବିଭିନ୍ନ ଅନିୟମିତତା ଓ ମହାଦୁର୍ନୀତି ନେଇ ସରପଞ୍ଚ ଦୀପ୍ତିପ୍ରଭାଲାଲ ଶବର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରିଛନ୍ତି. ଏହାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କୁ ଭେଟି ଜଣାଇଛନ୍ତି । ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ଷଷ୍ଠ ଶ୍ରେଣୀର ୧୦୦ ଜଣ ପିଲାଙ୍କ ନାମଲେଖା ପାଇଁ ବିଜ୍ଞାପନ ବାହାର କରାଯାଇଥିଲା । ପ୍ରାୟ 400 ରୁ 500 ପରୀକ୍ଷା ଦେଇଥିଲେ । କିନ୍ତୁ ସ୍କୁଲ ମେରିଟ ଲିଷ୍ଟ ଲିଷ୍ଟରେ ୨୭ ଜଣ ଛାତ୍ର ଏବଂ ୩୧ ଜଣ ଛାତ୍ରୀ ସ୍ଥାନ ପାଇଛନ୍ତି । ୱେଟିଂ ଲିଷ୍ଟ ନରଖ୍ ପରବର୍ତ୍ତୀ ସମୟରେ ବଳକା ସିଟକୁ ପ୍ରାୟ ୫୦୦୦ରୁ ୬୦୦୦ ଟଙ୍କା ନେଇ ସ୍କୁଲରେ ପିଲାଙ୍କ ନାମ ଲେଖାଇଛନ୍ତି । ନାମଲେଖା ରେଜିଷ୍ଟାର ଦେଖୁଲେ ସତ୍ୟତା ଜାଣିପଡ଼ିବ ବୋଲି ସେ ଉଲ୍ଲେଖ କରିଛନ୍ତି । ସେହିପରି ଆବାସିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ନିରନ୍ତର ରହିବା କଥା | କିନ୍ତୁ ରାୟଗଡ଼ ଏସଏସଡି ହାଇସ୍କୁଲରେ ବ୍ୟତିକ୍ରମ ଦେଖାଦେଇଛି। ପ୍ରଧାନଶିକ୍ଷକ ୧୦ ଶ୍ରେଣୀ ପିଲାଙ୍କୁ ଦାୟିତ୍ବ ଦେଇ ନିଜ ଘର ପାରଳାଖେମୁଣ୍ଡି ଚାଲିଯାଉଛନ୍ତି। ସେହିଭଳି ପିଲାଙ୍କୁ ରାତିରେ ମାଡ଼ ମାରୁଥିବା ଯୋଗୁଁ କିଛି ପିଲା ଲୁଚି ଚାଲିଯିବା ନଜିର ରହିଛି। ଜିଲ୍ଲାର ଆବାସିକ ବିଦ୍ୟାଳୟର ଶିକ୍ଷକ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇଲେ ଅନ୍ୟ ଜିଲ୍ଲାକୁ ବଦଳି  ହେବାକଥା | ସେହି ସମୟରେ ପଦୋନ୍ନତି ପାଇବା ଓ କାର୍ଯ୍ୟରେ ଥିବା ପ୍ରଧାନଶିକ୍ଷକଙ୍କୁ ଜିଲ୍ଲା ବାହାରକୁ ବଦଳି କରଯାଇଥିଲା I ମାତ୍ର ପ୍ରଧାନଶିକ୍ଷକ ଉଚ୍ଚ ପଦାଧିକାରୀଙ୍କ ସହ ସଲାସୁତୁରା କରି ଏସଏସଡି ସ୍କୁଲ ପାଇଁ ବରିଷ୍ଠ ଯୋଗ୍ୟତା ନ ଥାଇ ମଧ୍ଯ ପ୍ରଧାନଶିକ୍ଷକ ପଦ ହତେଇଥିବା ଅଭିଯୋଗ ହୋଇଛି। ସେହିପରି ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା କମ୍ବଳରେ ହେରାଫେରି ସହ ଛାତ୍ରଛାତ୍ରୀଙ୍କୁ ସଠିକ୍ ଭାବେ ପାଠ   ପଢ଼ାଉ ନ ଥିବା ସରପଞ୍ଚ  ଅଭିଯୋଗ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ