ସତ୍ୟ ସାଇବାବାଙ୍କ ୧୦୦ ଜନ୍ମଜୟନ୍ତୀ ପାଳିତ

ଛତ୍ରପୁର, (ଓ୍ବାଇଏନଏସ):ଭଗବାନ ଶ୍ରୀ ସତ୍ୟ ସାଇ ବାବା ଙ୍କ ୧୦୦ତମ ଜନ୍ମ ଉତ୍ସବ ଉପଲକ୍ଷେ ପ୍ରଶାନ୍ତି ନିଲୟମ୍ ରୁ ଭଗବାନ ଙ୍କ ସ୍ୱରୂପ ଏକ ଜ୍ୟୋତି  ଓଡ଼ିଶା ର ସମସ୍ତ ସତ୍ୟ ସାଇ ବିଦ୍ୟାଳୟକୁ ଯାଇଛନ୍ତି। ଆମ ଶ୍ରୀ ସତ୍ୟ ବିଦ୍ୟା ଭବନକୁ ଜ୍ୟୋତି ସ୍ୱରୂପ ଭଗବାନ ନଭେମ୍ୱର ୧୦ ତାରିଖ ରୁ ନଭେମ୍ବର ୧୩ ଯାଏଁ  ଛତ୍ରପୁର ସ୍ଥିତ ସତ୍ୟସାଇ  ବିଦ୍ୟାଳୟରେ ଥିଲେ। ନଭେମ୍ବର ୧୦ ତାରିଖ ଦିନ  ବିଦ୍ୟା ଭବନ ର ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଓ ପରିଚାଳନା କମିଟି ର ସଦସ୍ୟ ମାନେ ଭବ୍ୟ ସ୍ଵାଗତ କରି ଭଗବାନଙ୍କୁ  ବିଦ୍ୟାଳୟକୁ ଆଣିଥିଲେ। ଏହି ୪ ଦିନ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ, ଅଭିଭାବକ ପାଠ ଚକ୍ର , ଅଭିଭାବକ ଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗିତା, ଛତ୍ରପୁର ର ଆଞ୍ଚଳିକ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ନେଇ କୁଇଜ୍ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଆଧ୍ୟାତ୍ମିକ ଆଲୋଚନା, ପୂର୍ବତନ ଛାତ୍ର ଛାତ୍ରୀ ଓ ପୂର୍ବତନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନେଇ ସତସଙ୍ଗ ଅନୁଷ୍ଠିତ ହୋଇଥିଲା।ପ୍ରତ୍ୟେକ ସନ୍ଧ୍ୟା ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ବାଳ ବିକାଶ ଛାତ୍ର ଛାତ୍ରୀ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା।  ନଭେମ୍ୱର ୧୩ ତାରିଖ ଦିନ ଏକ ମୂଲ୍ୟବୋଧ ରାଲି କରି ବିଦ୍ୟା ଭବନ ର ଛାତ୍ର ଛାତ୍ରୀ, ଶିକ୍ଷୟିତ୍ରୀ, ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଗଞ୍ଜାମ ର ଜିଲ୍ଲା ସଭାପତି, କର୍ମକର୍ତ୍ତା ଓ ସମସ୍ତ ଯୁବ ଭାଇ ମାନେ ଉପଜିଲ୍ଲାପାଳ ଙ୍କୁ ପ୍ରଶାନ୍ତି ମାନବୀୟ ମୂଲ୍ୟବୋଧ ଘୋଷଣା ପତ୍ର ପ୍ରଦାନ କରିଥିଲେ। ଏହା ପରେ ୧୦୦ ଟି ବାଇକ୍ ରାଲି କରି ଜ୍ୟୋତି ସ୍ୱରୂପ ଭଗବାନ ଙ୍କୁ ନେଇ ବ୍ରହ୍ମପୁର ଗ୍ରସ୍ତେ ଯାତ୍ରା କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ