ତୃତୀୟ ଥର ପାଇଁ ସତ୍ୟନାରାୟଣ ସଭାପତି ମନୋନୀତ
ଆସିକା (ୱାଇଏନ୍ଏସ୍) ରାଜ୍ୟର ଅନ୍ୟତମ ସର୍ବବୃହତ୍ତ ଜାତିଭିତ୍ତିକ ସଂଗଠନ ରଜକ ସମାଜ ଦେବଭୂମୀ ମୁଠାର ବାର୍ଷିକ ଉତ୍ସବ ରବିବାର ଅପରାହ୍ନରେ ସ୍ଥାନୀୟ ସୁବର୍ଣ୍ଣେଶ୍ୱର ମନ୍ଦିର ପରିସରରେ ଅନୁଷ୍ଟିତ ହୋଇଯାଇଛି। ରଜକ ସମାଜ ଦେବଭୂମୀ ମୁଠାର ସଭାପତି ସତ୍ୟନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ରଜକ ସମାଜ ଖାଲସା ‘ଖ’ ତାଲୁକାର ସଭାପତି ସତ୍ୟନାରାୟଣ ସେଠୀ ଓ ସଂପାଦକ ସନ୍ତୋଷ କୁମାର ସେଠୀ, ଆସିକା ମୁଠା ସଭାପତି ପ୍ରଭାକର ବେହେରା ଓ ସଂପାଦକ ସନ୍ତୋଷ କୁମାର ବେହେରା, କାଳଷଣ୍ଢପୁର ରଜକ ମୁଠା ସଭାପତି ଅଜୟ କୁମାର ସେଠୀ ଓ ସଂପାଦକ ଜୟନ୍ତ ସେଠୀ, କୁରୁଳା ରଜକ ମୁଠା ସଭାପତି ଶିବ କୁମାର ସେଠୀ ଓ ସଂପାଦକ ରୋହିତ ସେଠୀ ପ୍ରମୁଖ ଯୋଗଦେଇ ରଜକ ସମାଜର ସଂଗଠନକୁ ସୁଦୃଢ କରିବା ପାଇଁ ନିଷ୍ଟାପର ଉଦ୍ୟମର ଆବଶ୍ୟକତା ବୋଲି ମତବ୍ୟକ୍ତ କରି ରଜକ ସମାଜର ଛାତ୍ରଛାତ୍ରୀ ତଥା ରଜକ ସମ୍ପ୍ରଦାୟର ସାମାଜିକ, ଆର୍ଥିକ, ଶିକ୍ଷା, ମହିଳା ସଶକ୍ତିକରଣ, ଅଧାରୁ ପାଠ ଛାଡୁଥିବା ପିଲାଙ୍କ ପାଇଁ ଶିକ୍ଷାର ବ୍ୟବସ୍ଥା କରିବା, ଉଚ୍ଚ ଶିକ୍ଷା ପାଇଁ ପ୍ରେତ୍ସାହନ ଦେବା ଆଦି ଦିଗରେ କାର୍ଯ୍ୟକରିବା, ରଜକ ସମାଜର ପ୍ରତ୍ୟେକ ସଭ୍ୟମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟନିଷ୍ଠା, ଯୁଗପୋଯୋଗୀ ବିବାହ ବ୍ୟବସ୍ଥାର ସଂଜ୍ଞା ନିରୂପଣ, ରଜକ ସମାଜର ସାଙ୍ଗଠନିକ ଶକ୍ତି ଅଭିବୃଦ୍ଧି, ସାମାଜିକ ସଂସ୍କାରରେ ରଜକ ସମାଜ ସଂପ୍ରଦାୟର ଯୁବ ସମାଜର ଦାୟିତ୍ୱ, କର୍ତ୍ତବ୍ୟ ଓ ଭୂମିକା, ବୃଦ୍ଧ ବୃଦ୍ଧାଙ୍କର ଥଇଥାନ, ଆର୍ଥିକ ଅନଗ୍ରସର ପୁତ୍ର କନ୍ୟାଙ୍କର ଥଇଥାନ, ମହିଳା ସଂଗଠନର ଆବଶ୍ୟକତା ଓ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ରଜକ ସମାଜ ସାମାଜିକ ସଂଗଠନ ଉପରେ ଆଲୋକପାତ କରି ରଜକ ସମାଜର କୁଳ ମଧ୍ୟରେ ଐକ୍ୟ ଓ ସଂହତି ରକ୍ଷା ସାଙ୍ଗକୁ ସାଙ୍ଗଠନିକ ଅଭିବୃଦ୍ଧି, ଆଦର୍ଶ ସୁସ୍ଥ ରଜକ ସମାଜ ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ଆଗାମୀ ତିନି ବର୍ଷ ପାଇଁ ରଜକ ସମାଜ ଦେବଭୂମୀ ମୁଠାର ସଭାପତି ରୂପେ ସୁସଂଗଠକ ସତ୍ୟନାରାୟଣ ସେଠୀ, ଉପସଭାପତି ରୂପେ ସନ୍ତୋଷ କୁମାର ସେଠୀ, ସଂପାଦକ ରୂପେ ଭଜରାମ ସେଠୀ, କୋଷାଧ୍ୟକ୍ଷ ରୂପେ ସିଲୁ ସେଠୀ, ପାଇକ ରୂପେ କାଳୁ ସେଠୀ, ମୁଠା ବେହେରା ରୂପେ ଦୀନବନ୍ଧୁ ସେଠୀଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିବା ଜଣାପଡିଛି । ଦେବଭୂମୀ ରଜକ ମୁଠାର ଏହି ବାର୍ଷିକ ଉତ୍ସବ ପାଳନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଘର ସକ୍ରିୟ ସଦସ୍ୟ ଦଣ୍ଡପାଣୀ ସେଠୀ, ଦୀନବନ୍ଧୁ ସେଠୀ, ରଙ୍କନିଧି ସେଠୀ, ମୋଚିରାମ ସେଠୀ, ଶିବରାମ ସେଠୀଙ୍କ ସମେତ ଦେବଭୂମୀ, ଲଛମନପଲ୍ଲୀ, ନିରାଳ, କେ.ନୁଆଁପଲ୍ଲୀ, କର୍ପୁରନୁଆଗାଁ, ଆଲିପୁର, କୋଟିବାଡି, ପଥରା ଇତ୍ୟାଦି ଅଞ୍ଚଳର ସଂଘର ବହୁ ସଦସ୍ୟ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିବା ଲକ୍ଷ୍ୟ କରାଯାଇଥିଲା । ରଜକ ସମାଜ ଦେବଭୂମୀ ମୁଠାର ସଂଗଠନକୁ ଆହୁରି ତୃଣମୂଳ ସ୍ତରରୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ନିଃସ୍ୱାର୍ଥପର ଭାବେ ଅହରହ ପ୍ରୟାସ ଜାରିରଖିବା ଏବଂ ନିଜର ସାଙ୍ଗଠନିକ ଦକ୍ଷତା ଯୋଗୁଁ କ୍ରମାଗତ ତୃତୀୟ ଥର ପାଇଁ ସଭାପତି ରୂପେ ମନୋନୀତ ହୋଇଥିବା ସୁସଂଗଠକ ସତ୍ୟନାରାୟଣ ସେଠୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଇଛି ।