ଗଜପତିରେ ସାବିତ୍ରୀ ବ୍ରତ ପାଳିତ

ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର ମୋଟ 7 ଗୋଟି ବ୍ଲକ ଯଥା ଗୁମ୍ମା, କାଶୀନଗର, ଗୋଷଣୀ, ରାୟଗଡ, ନୂଆଗଡ, ଆର. ଉଦୟଗିରି ଓ ମୋହନା ବ୍ଲକରେ ଆଜି ଅତ୍ୟନ୍ତ ଭକ୍ତିପୂତ ଭାବେ ସାବିତ୍ରୀ ବ୍ରତ ପାଳିତ ହୋଇଯାଇଛି. ସାବିତ୍ରୀ ବ୍ରତ ପାଇଁ ଆଜି ପାରଳା ସହର ଓ ସମସ୍ତ ବଜାର ଚଳଚଞ୍ଚଳ ହୋଇଉଠିଛି. ଆଜି ସକାଳୁ ସକାଳୁ ମହିଳାମାନେ ଜଗନ୍ନାଥ ମନ୍ଦିର, ଶ୍ରୀ ରାଧାକୃଷ୍ଣ ମନ୍ଦିର, ଶ୍ରୀ ସତ୍ୟ ନାରାୟଣ ମନ୍ଦିର ଆଦି ବିଭିନ୍ନ ମନ୍ଦିରରେ ମହିଳାମାନେ ଦ୍ବୀପ ଜାଳି ନିଜ ସ୍ୱାମୀ, ପରିବାର ଓ ସମାଜର ହିତ ପାଇଁ ପୂଜା ପାଠ କରିଥିବା ଦେଖା ଦେଇଥିଲା. ସେହିପରି ପାରଳା ସହରରେ ମହିଳାମାନେ ଏକତ୍ରିତ ହୋଇ କେତେକ ମନ୍ଦିର ଏବଂ ନିଜ ନିଜ ଘରେ ସାବିତ୍ରୀ ବ୍ରତକୁ ଅତ୍ୟନ୍ତ ଭକ୍ତିପୂତ ଭାବେ ପାଳନ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ