ସ୍ୱାମୀଙ୍କ ଶୁଭ ମନାସି ମହିଳା ପାଳିଲେ ସାବିତ୍ରୀ ବ୍ରତ
ଛତ୍ରପୁର (ଓ୍ବାଇଏନଏସ): ସାବିତ୍ରୀ ବ୍ରତରେ ଏଥିପାଇଁ ଚଳ ଚଞ୍ଚଳ ହୋଇ ପଡିଛି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର । ସହରର ବିଭିନ୍ନ ଦେବାଳୟ ତଥା ଆଖ ପାଖ ଅଞ୍ଚଳରେ ଏହି ବ୍ରତ ସଧବା ମହିଳା ମାନେ ଧୁମ ଧାମ ର ସହକାରେ ପାଳନ କରିଛନ୍ତି। ନିଜ ନିଜ ସ୍ୱାମୀ ଙ୍କ ଦୀର୍ଘ ଜୀବନ କାମନା କରିବା ସହିତ ଶୁଭ ମନାସି ଏହି ବ୍ରତ କୁ ପାଳନ କରିଛନ୍ତି ସଧବା ମହିଳା ମାନେ। ନାନା ପ୍ରକାର ଫୁଲ ଫଳ ରେ ମହାସତି ସାବିତ୍ରୀ ଙ୍କୁ ପୂଜାର୍ଚନା କରିଛନ୍ତି ମହିଳା ମାନେ। ଏଥିପାଇଁ ସାରା ପରିବେଶ ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ହୁଳୁହୁଳି ନାଦରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିବା ଦେଖିବାକୁ ମିଳିଛି l ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ମହା ସତୀ ସାବିତ୍ରୀ ନିଜ ଭକ୍ତି ବଳରେ ତାଙ୍କ ସ୍ୱାମୀ ସତ୍ୟବାନ ଙ୍କୁ ଯମ ଙ୍କ ଠାରୁ ଫେରାଇ ଆଣିଥିଲେ । ସେହି କିମ୍ବଦନ୍ତୀ ଙ୍କୁ ଆଧାର କରି ମହିଳା ମାନେ ଏହି ବ୍ରତ ପାଳନ କରୁଛନ୍ତି। ବ୍ରାହ୍ମଣ ଙ୍କ ପୁଜା ମନ୍ତ୍ରରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇ ଉଠୁଥିବା ବେଳେ ଧୂପ, ଦୀପ ଓ ଝୁଣା ର ବାସ୍ନା ରେ ପରିବେଶ ସୁବାସିତ ହୋଇ ପଡିଛି। ଖାଲି ଛତ୍ରପୁର ସହର ନୁହେଁ ଛତ୍ରପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ମଧ୍ୟ ଏହି ପର୍ବ ଧୂମଧାମ ରେ ପାଳନ ହୋଇଛି ।


