କିନ୍ନର ପାଳିଲେ ସାବିତ୍ରୀ ବ୍ରତ
କଟକ,(ଓ୍ବାଇଏନଏସ): ସାବିତ୍ରୀ ବ୍ରତ ଅବସରରେ କଟକ ସହରର ବିଭିନ୍ନ ସଧବା ନାରୀଙ୍କ ଭିଡ଼। ସ୍ବାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ପୂଜା ଅର୍ଚ୍ଚନା କରୁଥିବାବେଳେ, କଟକରେ କିନ୍ନରମାନେ ମଧ୍ୟ ପାଳିଛନ୍ତି ସାବିତ୍ରୀ। ନିଜ ଗୁରୁମାନଙ୍କ ମଙ୍ଗଳ କାମନା କରି ସାବିତ୍ରୀ ବ୍ରତ ପାଳନ କରିଛନ୍ତି କିନ୍ନରମାନେ। ଶଙ୍କରପୁର ମା’ ସମଲେଶ୍ଵରୀଙ୍କ ମନ୍ଦିରରେ କିନ୍ନରମାନେ ଏକାଠି ହୋଇ ପୂଜା କରିଛନ୍ତି। ହିନ୍ଦୁ ପରମ୍ପରା ଅନୁଯାୟୀ, ଧୂପ ଦୀପ ନୈବେଦ୍ୟ ଲାଗି କରି ସାବିତ୍ରୀ ବ୍ରତ ଅବସରରେ ନିଜର ଗୁରୁଙ୍କ ଦୀର୍ଘାୟୁ କାମନା କରିଛନ୍ତି କିନ୍ନରମାନେ। କିନ୍ନର ସମାଜରେ ଗୁରୁ ମାନଙ୍କ ଭୂମିକା ଅଧିକ ରହିଥାଏ, ତେଣୁ ଗୁରୁଙ୍କ ପାଇଁ ଏହି ବ୍ରତ ରଖୁଥିବା କଥା କହିଛନ୍ତି କିନ୍ନରମାନେ।