ବଦଳିଲେ ଏସସିବି ମେଡ଼ିକାଲ କଲେଜ ଡିନ୍ ଓ ମେଡ଼ିକାଲ ଅଧୀକ୍ଷକ
କଟକ, (ଓ୍ବାଇଏନଏସ) : କଟକ ଏସସିବି ମେଡ଼ିକାଲରେ ବଡ଼ ପରିବର୍ତ୍ତନ । ବଦଳିଲେ ଏସସିବି ମେଡ଼ିକାଲ କଲେଜ ଡିନ୍ ଓ ମେଡ଼ିକାଲ ଅଧୀକ୍ଷକ । ପ୍ରତିଭା ପଣ୍ଡା ଏସସିବି ଡିନ୍ ଓ ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଛନ୍ତି। ବାରିପଦା ପିଆରଏମ୍ ମେଡ଼ିକାଲ କଲେଜ ଡିନ୍ ଓ ଅଧ୍ୟକ୍ଷା ପ୍ରତିଭା । ଏସସିବି ଡିନ୍ ଓ ଅଧ୍ୟକ୍ଷା ଦାୟିତ୍ବରୁ ହଟିଲେ ଲୁସି ଦାସ । ନିର୍ମଳ ମହାପାତ୍ରଙ୍କୁ ପିଆରଏମ୍ ମେଡ଼ିକାଲ୍ ଡିନ୍ ଓ ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି । ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ ଏସସିବି ଅଧିକ୍ଷକ ନିଯୁକ୍ତ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ସୋମବାର ଭୋର ୨ଟା ୫୮ ମିନିଟରେ ରାଜ୍ୟର ସର୍ବବୃହତ ମେଡିକାଲ୍ କଲେଜ୍ ଏସସିବିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏହି ବଡ଼ ଘଟଣାରେ ଏ ପର୍ଯ୍ୟନ୍ତ ୧୩ଜଣ ରୋଗୀଙ୍କ ମୃତ୍ୟୁ ଘଟି ସାରିଥିବା ଆଉ କିଛି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବିଶେଷ କରି ଶ୍ଵାସରୁଦ୍ଧ କାରଣରୁ ଚିକିତ୍ସାଧୀନ ରୋଗୀଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା ।


