ସ୍କୁଲ କମିଟି ଅଜାଣତରେ ଚାଲିଛି ଘର ନିର୍ମାଣ: କମିଟି ସଦସ୍ୟଙ୍କ ବିରୋଧ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତ ଦାଶରଥୀପୁର ଓ କନକମ୍ପା ସ୍କୁଲ ପରିସରରେ ନୂତନ ଅଙ୍ଗନବାଡି ଗୃହ ନିର୍ମାଣକୁ ବିରୋଧ କରିଛନ୍ତି ଦାଶରଥୀପୁର ଗ୍ରାମବାସୀ। ସେମାନଙ୍କ ଅଭିଯୋଗ ଯେ ଏକ ମିନି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ସରକାରୀ ଅନୁଦାନ ମିଳିବାପରେ ପରିଚାଳନା କମିଟି ସଦସ୍ୟଙ୍କ ଅଜାଣତରେ ସଭାପତି ଓ ପ୍ରଧାନଶିକ୍ଷକ ସ୍କୁଲ ପାଚେରୀକୁ ଭାଙ୍ଗିବା ସହ କିଛି ଗଛ କୁ ମଧ୍ୟ ହାଣି ଦେଇଛନ୍ତି। ଦାଶରଥୀପୁର ଗ୍ରାମର କମିଟି ସଦସ୍ୟ ଓ ଅଭିଭାବକ ମାନେ ପଚାରିବାରୁ ସେମାନଙ୍କୁ ଆମ ଗାଁ ସୀମା ଆମେ ଯାହା ଇଛା ତାହା କରିବୁ ତୁମେ କିଏ ବୋଲି ଉତ୍ତର ଦେଇଛନ୍ତି। ଏହାକୁ ନେଇ ଦାଶରଥୀପୁର ଗ୍ରାମର ବସନ୍ତ ବାରିକ, ସବିତା ଜେନା, ଉର୍ମିଳା ନାୟକ, ସତ୍ୟଭାମା ପ୍ରଧାନ, ଗଣେଶ ଜେନା, ଅନନ୍ତ ନାୟକ, ନିଧିରାମ ନାୟକ, ଭାଗିରଥି ନାୟକ, ଜଗବନ୍ଧୁ ନାୟକ, ନିରାକାର ଜେନା, ଅଜୟ ସ୍ୱାଇଁ, କୁଳମଣି ଜେନା, ସଞ୍ଜୟ ଦାସଙ୍କ ସମେତ ଅନେକ ଗ୍ରାମବାସୀ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ବିଇଓ ଙ୍କୁ ଦାବିପତ୍ର ଦେଇଛନ୍ତି। ଆଜି ମଧ୍ୟ ସ୍କୁଲ ପରିସରରେ ଦୁଇ ଗାଁ ଲୋକଙ୍କ ଭିତରେ ମୁଁହା ମୁଁହି ପରିସ୍ଥିତି ଉପୁଜିଛି। ତୁରନ୍ତ ପ୍ରଶାସନ ଏନେଇ ପଦକ୍ଷେପ ନେଉ ବୋଲି ସେମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ