ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ବ୍ଳକସ୍ତରୀୟ ବିଦ୍ୟାଳୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ରୋହିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୁଲ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ଶିକ୍ଷାଧିକାରୀ ଦିଲ୍ଲିପ କୁମାର ବଡପଣ୍ଡା, ସମ୍ମାନୀତ ଅତିଥି ଭାବେ ଆଲମୁନି କମିଟିର ସଭାପତି ଅର୍ଜ୍ଜୁନ ଚରଣ ରାଉତ, ପ୍ରାକ୍ତନ ଶିକ୍ଷକ ରାଜକିଶୋର ମହାନ୍ତି, ସାମାଜିକ କର୍ମୀ ପଦ୍ମଚରଣ ରାଉତଙ୍କ ସହିତ ଶିକ୍ଷାବିତ୍ ଓ ଅଭିଭାବକମାନେ ଉପସ୍ଥିତ ଥିଲେ। ଅତିଥିମାନଙ୍କ ଦ୍ୱାରା ଶିକ୍ଷା ସଚେତନତା ରଥକୁ ପତାକା ହଲାଇ ଶୁଭାରମ୍ଭ କରାଯାଇଥିଲା। ପିଲାମାନଙ୍କୁ ବିଦ୍ୟାଳୟଭିମୁଖୀ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଶିକ୍ଷା ସଚେତନତା ରଥ ବ୍ଲକର ସମସ୍ତ ବିଦ୍ୟାଳୟ ପରିକ୍ରମା କରି ପିଲା ଓ ଅଭିଭାବକମାନଙ୍କୁ ସଚେତନ କରିବ। ସମସ୍ତ ପାଂଚ ଓ ଛଅ ବର୍ଷର ପିଲାମାନଙ୍କୁ ଏହି ଖଡିଛୁଆଁ କାର୍ଯ୍ୟକ୍ରମରେ ସାମିଲ କରାଯିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୦ଜଣ ଛାତ୍ରଛାତ୍ରୀଙ୍କୁ ଖଡିଛୁଆଁ କରିବା ସହିତ ସରକାରଙ୍କ ପ୍ରଦତ ବ୍ୟାଗ ପ୍ରଦାନ କରାଯାଇଥିଲା। ଏହି ବ୍ଳକସ୍ତରୀୟ କାର୍ଯ୍ୟକ୍ରମରେ ଅତିଥିମାନଙ୍କ ସମେତ ଆଂଚଳିକ ସାଧନ କେନ୍ଦ୍ରର ସଂଯୋଜକ ଅକ୍ଷୟ କୁମାର ରାଉତ, ପିତାମ୍ବର ପରିଡା, ଗଙ୍ଗାଧର ବିଶ୍ୱାଳ, ଜିତେନ୍ଦ୍ର ସେଠୀ, କାଶୀନାଥ ବେହେରା, ସୁକାନ୍ତ ଝଙ୍କାର, ଚୈତନ୍ୟ ମଲ୍ଲିକ, ସରୋଜିନୀ ସାହୁ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ