ସ୍ଵନକ୍ଷତ୍ର ଦିବସ ଅବସରରେ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଓଡ଼ିଶା ସାହିତ୍ୟ ଏକାଡେ଼ମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ, କେନ୍ଦୁଝର ପକ୍ଷରୁ ରବିବାର ଦିନ ସ୍ଥାନୀୟ ଏନଏସ ପୋଲିସ ଉଚ୍ଚ ବିଦ୍ୟାଳୟଠାରେ ବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଛି ।ଦୁଇଟି ଗ୍ରୁପରେ ବିଭକ୍ତ ହୋଇ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଧାରଣଜ୍ଞାନ, ପ୍ରବନ୍ଧ ଲିଖନ, ବକ୍ତୃତା ଏବଂ କବିତା ଆଦି ବିବିଧ ପ୍ରତିଯୋଗିତାରେ ଭାଗ ନେଇଥିଲେ କୃତୀ ପ୍ରତିଯୋଗୀମାନେ ଆଗକୁ ହେବାକୁଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ବିଭିନ୍ନ ଜିଲ୍ଲାର ପ୍ରତିଯୋଗୀ ମାନଙ୍କ ସହ ପ୍ରତିଦ୍ବନ୍ଦିତା କରିବେ ।ଏହି ପ୍ରତିଯୋଗାତା ଗୁଡିକୁ ନିରାକାର ସ୍ୱାଇଁ, ରମାକାନ୍ତ ସ୍ୱାଇଁ, ହର ଦାସ, ନନ୍ଦିତା ଭଟ୍ଟାଚାର୍ଯ୍ୟ, ଧିରେନ ମହାନ୍ତି, ନରେଶ ପଟ୍ଟନାୟକ, ଅବିନାଶ ଦାସ ଓ ବିଜୟ କୁମାର ବେହେରା ବିଚାରକ ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ