ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ଛତ୍ରପୁର(ଓ୍ବାଇଏନଏସ): ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ପରିସରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମର ଉଦ୍ଘାଟନ ଉତ୍ସବ ରେ ମୁଖ୍ଯ ଅତିଥି ରୂପେ ଗୋପାଳପୁର ପୋର୍ଟ ସାମାଜିକ କଲ୍ୟାଣ ଅଧିକାରୀ ଶ୍ରୀଯୁକ୍ତ ଦେବଦତ୍ତ ମିଶ୍ର ଯୋଗ ଦେଇ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ କ୍ଷେତ୍ର ରେ ସରସ୍ଵତୀ ଶିଶୁବିଦ୍ୟାମନ୍ଦିରର ପ୍ରୟାସକୁ ପ୍ରସଂଶା କରିଥିଲେ।  ବିଦ୍ୟାଳୟର ପ୍ରଧାନାଚାର୍ଯ୍ଯ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ଦାଶ ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ପଦ୍ମଚରଣ ସାହୁ ମଞ୍ଚାସୀନ ଅତିଥିବୃନ୍ଦଙ୍କୁ ଉପଢ଼ୌକନ ପ୍ରଦାନ କରିବା ସହିତ ଅଧ୍ୟକ୍ଷତା କରିଥିଲେ। ସଂପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ମୋଟ ୩୨୭ଜଣ ଶିଶୁ ବିଜ୍ଞାନ, ଗଣିତ, ସଂସ୍କୃତିବୋଧ  ପ୍ରଶ୍ନମଞ୍ଚ,ପ୍ରକଳ୍ପ, ପତ୍ରବାଚନ, ମୂର୍ତ୍ତିକଳା ଓ  ପ୍ରୟୋଗ ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଉକ୍ତ ବିଜ୍ଞାନ ମେଳାର  ବିଚାରକ ରୂପେ ଶ୍ରୀଯୁକ୍ତ ଜଗନ୍ନାଥ ପଣ୍ଡା,ଶ୍ରୀଯୁକ୍ତ ବିକ୍ରମ କୁମାର ବେହେରା,ଶ୍ରୀଯୁକ୍ତ ବନୋଜ ଶତପଥି ,ଡଃ ମିଲିମିଟର ପାଢୀ, ସବିତା ସାହୁ,ଜ୍ୟୋତିର୍ମୟୀ ମହାପାତ୍ର,ଶ୍ରୀଯୁକ୍ତ ତୁଳସୀରାମ ମେହର,ଜୟଶ୍ରୀ ଦାଶ, ରଶ୍ମିରଞ୍ଜନ ସାହୁ,ସୋନାଲୀ ସାହୁ, ସାଇରାମ ବେହେରା,ଡଃ ଗୌରୀଶଙ୍କର ଶତପଥୀ,ସନ୍ତୋଷ ବେହେରା, ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ଦାଶ, ସଦସ୍ଯ  ଶ୍ରୀଯୁକ୍ତ ରାମ ପ୍ରସାଦ ପଟ୍ଟନାୟକ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସିମାଞ୍ଚଳ ପାତ୍ର ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ସମସ୍ତ ଶିଶୁ,ଅଭିଭାବକ ଏବଂ ଆଚାର୍ଯ୍ଯ ଆଚାର୍ଯ୍ଯାମାନଙ୍କ ସହଯୋଗ ରେ ସଫଳ ରୂପାୟନ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ