ୟୁଜିଏମଇ ସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କାଦବରାଙ୍ଗ କ୍ଲଷ୍ଟର ଅଧିନ ଆପ୍ତିରା ୟୁଜିଏମଇ ସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କୁଳମଣି ନାୟକଙ୍କ ତତ୍ତ୍ୱାବଧାନ ତଥା ବିଜ୍ଞାନ ଶିକ୍ଷକ ପ୍ରଭାତ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ମେଳାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୪୭ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏଥିରେ ବିଚାରକ ଭାବେ ବନ୍ତଳା ନୋଡାଲ ଉପ୍ରା ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ତଥା ପୂର୍ବତନ ସିଆରସିସି ମନୋଜ କୁମାର ରାଉଳ ଯୋଗ ଦେଇ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ଏଥିରେ ଅତିଥି ଭାବେ ସ୍ଥାନୀୟ ସିଆରସିସି ପ୍ରଦୀପ ପଲେଇ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସହକାରୀ ଶିକ୍ଷକ ଗୌରାଙ୍ଗ ବିଶ୍ୱାଳ, ଗୋପୀନାଥ ଦାଶ, ଶିକ୍ଷୟିତ୍ରୀ ଅନୁଜା ପଣ୍ଡା, ଜାନକୀବାଳା ଜେନା, ରତ୍ନାକର ଖିଲାର, ଶିକ୍ଷକ ମାଧବ ରାଓ ବିନ୍ଧାଣୀ ସହଯୋଗ କରିଥିଲେ । ଏଥିରେ ପରିଚାଳନା କମିଟିର ସଭାପତି ଅଶୋକ ଦାସ, ଉପସଭାପତି ଶର୍ମିଳା ବେହେରା, ସଭ୍ୟା ପୁଷ୍ପଲତା ରାଉତ, ପାର୍ବତୀ ମହାନ୍ତି, ନମିତା ବିଶ୍ୱାଳ, ମାନସ ରାଉତ, ସନ୍ତୋଷ ମହୁରୀ, ୱାର୍ଡ ସଭ୍ୟା ରଞ୍ଜିତା ଜେନା, ଅଙ୍ଗନୱାଡି ସହାୟିକା ରଶ୍ମିତା ଜେନାଙ୍କ ସମେତ ଅଭିଭାବକ ମାନେ ଉପସ୍ଥିତ ଥିଲେ ।


