ବିଦ୍ୟାଳୟ ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଶିବନାରାୟଣପୁର ସ୍ଥିତ ସରକାରି ଉପ୍ରା ବିଦ୍ୟାଳୟ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ବିଶ୍ଵାଳଙ୍କ ସଂଯୋଜନରେ ଆୟୋଜିତ ଶୋଭାଯାତ୍ରା ରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହିତ ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ ମଣ୍ଡଳ, ଆଶୋକ ସେଠୀ, ଆଶୋକ ରାଉତ, ଚିନ୍ମୟ ପଟ୍ଟନାୟକ , ପଦ୍ମାବତୀ ସାହୁ ଓ ଦେବଜାନୀ ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ l ଶିବନାରାୟଣପୁର ଗ୍ରାମର ଚାରି ଗୋଟି ୱାର୍ଡ ପରିକ୍ରମା କରିଥିଲେ l ସେହିପରି ସରକାରି ପ୍ରାଥମିକ ବିଦ୍ୟାଳୟ ଜମିନିପୂର୍ ର ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ନାୟକଙ୍କ ନେତୃତ୍ବରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସହିତ ଶିକ୍ଷକ ପ୍ରକାଶ ଦାସ ଓ ପ୍ରତିମା ଖଟୁଆ ସାମିଲ୍ ହୋଇ ଜମିନିପୁର ଗ୍ରାମ ପରିକ୍ରମା କରିଥିଲେ l