ସ୍କୁଲରେ ତାଲା ଝୁଲିବା ଘଟଣା: ବିଇଓଙ୍କ ଆଲୋଚନା ପରେ ଖୋଲିଲା ଫାଟକ
ଛତ୍ରପୁର (ଓ୍ବାଇଏନଏସ): ଶିକ୍ଷକ କେ.କୁର୍ମା ରାଓ ବଦଳୀ ବାତିଲ କରିବା ଦାବୀ ନେଇ ଛତ୍ରପୁର ବ୍ଲକ ଟାକିରିଆ ବ୍ରହ୍ମପୁର ଉଚ୍ଚ ପ୍ରାଥମିକ ସ୍କୁଲ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ଛାତ୍ର/ଛାତ୍ରୀ ଓ ଅଭିଭାବକ । ଆଜି ଏହି ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଂଚିଥିଲା । ଘଟଣାର ଖବର ପାଇଁ ଛତ୍ରପୁର ବିଇଓ ସୁଜୀତ କୁମାର ପାଢୀ,ସିଆରସିଏସ ପହଂଚି ଆନ୍ଦୋଳନକାରୀ ବୁଝାଇଥିଲେ । କିନ୍ତୁ ଆନ୍ଦୋଳନକାରୀ ନିଜ ଯିଦରେ ଅଟଳ ରହିଥିଲେ । ଏପରିକି ଘଟଣା ସ୍ଥଳରେ ଯେଉଁ ଶିକ୍ଷକ ପାଇଁ ଆନ୍ଦୋଳନ କରାଯାଉଥିଲା ଉକ୍ତ ଶିକ୍ଷକ ପହଂଚି ଲୋକଙ୍କୁ ହାତ ଯୋଡି ଅନୁରୋଧ କରିବାପରେ ପରିସ୍ଥିତି ଶାନ୍ତ ପଡିଥିଲା । କିନ୍ତୁ ସେମାନେ ଗୋଟିଏ ସର୍ତରେ ତାଲା ଖୋଲିବେ ବୋଲି କହିଥିଲେ । ଆସନ୍ତା ୧୪ ତାରିଖ ମଧ୍ୟରେ ଏହି ସ୍କୁଲ ପାଇଁ ଗୋଟିଏ ପୁରୁଷ ଶିକ୍ଷକ ଆବଶ୍ୟକ,ଯେହେତୁ ୫ ରୁ ୫ ଜଣ ମହିଳା ରହିଥିବାରୁ ଜଣେ ପୁରୁଷ ଶିକ୍ଷକ ଆବଶ୍ୟକ ନିତାନ୍ତ ଜରୁରୀ । ନଚେତ ପୁଣି ୧୫ ରେ ତାଲା ଝୁଲିବ ନହେଲେ ସବୁ ଛାତ୍ର/ଛାତ୍ରୀ ଟିସି ନେଇଯିବେ ବୋଲି ଅଭିଭାବକ ମାନେ କହିଥିଲେ । କୁର୍ମା ସାରଙ୍କ ପାଇଁ ଅନ୍ୟ ବେସରାକରୀ ସ୍କୁଲରୁ ଛାତ୍ର/ଛାତ୍ରୀ ମାନେ ବାହାରି ଏହି ସ୍କୁଲରେ ନାମ ଲେଖାଇଥିଲେ ଯଦି ଏହି ଶିକ୍ଷକ ନରହିବେ ତେବେ ଛାତ୍ର/ଛାତ୍ରୀ ପଢାରେ ବହୁ ଅସୁବିଧା ହେବା ବୋଲି କହିଥିଲେ । ପରେ ଦିର୍ଘ ୧ ଘଂଟା ଆଲୋଚନା ପରେ ସ୍କୁଲ ତାଲା ଖୋଳାଯିବା ସହ ପାଠପଢା ଆରମ୍ଭ ହୋଇଥିଲା । ସୂଚନା ଥାଉକି ଶିକ୍ଷକ ଜେ.କୁର୍ମା ରାଓଙ୍କୁ ସୁନ୍ଦରପୁରର ସୁନ୍ଦରେଶ୍ୱର ବିଦ୍ୟାଳୟକୁ ବଦଳି ପରେ ଶନିବାର ଦିନ ତାଙ୍କ ବଦଳି ବାତିଲ କରିବା ନେଇ ସ୍କୁଲ ଫାଟକରେ ତାଲା ପକାଇ ରଖିଥିଲେ ଅଭିଭାବକ ଓ ଛାତ୍ର/ଛାତ୍ରୀ ମାନେ । ଏପିରିକି ଅନ୍ୟ କୈାଣସି ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ଭିତରକୁ ଛାଡିନଥିଲେ । ଫାଟକ ସମ୍ମୁଖରେ ଅଭିଭାବକ ଓ ଛାତ୍ର/ଛାତ୍ରୀ ମାନେ ବସି ରହିବା ସହ ଆମକୁ କୁର୍ମା ସାର ଦରକାର ବୋଲି ଦାବୀ କରିଥିଲେ । ଜେ.କୁର୍ମା ଙ୍କ ବଦଳୀରେ ଅନ୍ୟ ଜଣେ ଶିକ୍ଷୟତ୍ରୀ ଆସିଛନ୍ତି । କୁର୍ମା ରାଓ ଏଠାରେ ବହୁ ବର୍ଷ ରହିବାପରେ ଏଠାରୁ ବଦଳି ହୋଇଥିବା ବେଳେ ଅଭିଭାବକ ମାନେ ତାଙ୍କୁ ରାଜନୈତକ ଚାପରେ ଏଠାରୁ ବଦଳୀ ହୋଇଥିବା ନେଇ ଅଭିଯୋଗ କରିଥିଲେ । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଚମାଖଣ୍ଡି ପୁଲିସ ମୁତୟନ ରହିଥିଲେ ।