ସରସ୍ଵତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା
ରାଇକିଆ,(ପ୍ରଦୀପ ବେହେରା)- କନ୍ଧମାଳ ଜିଲ୍ଲା ରାଇକିଆ ସରସ୍ୱତୀ ଶିଶୁ ମନ୍ଦିର ରେ ଶନିବାର ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ପ୍ରାଥମିକ ବିଭାଗ, ଶିଶୁ ବିଭାଗ, କିଶୋର ବର୍ଗ ର ସମୁଦାୟ ୮୩ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ ବିଭାଗ ର ଶ୍ରେଷ୍ଠ ପ୍ରଦର୍ଶିତ ପ୍ରକଳ୍ପ ଗୁଡ଼ିକୁ ସଙ୍କୁଳ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଥିଲା । ମୂର୍ତ୍ତି କଳା, ଗଣିତ ପ୍ରୟୋଗ, ବିଜ୍ଞାନ ପ୍ରୟୋଗ କ୍ଷେତ୍ର ରେ ମଧ୍ୟ ଶ୍ରେଷ୍ଠ ପ୍ରତିଯୋଗୀ ଙ୍କୁ ମନୋନୀତ କରାଯାଇଥିଲା । ବିଚାରକ ଭାବେ ମ୍ଲାହୁପାଙ୍ଗା ହାଇସ୍କୁଲ ବିଜ୍ଞାନ ଶିକ୍ଷୟତ୍ରୀ ନର୍ମଦା ପାତ୍ର, କସ୍ତୁରବା ଗାନ୍ଧି ବିଦ୍ୟାଳୟ ର ସ୍ନିଗ୍ଧା ପ୍ରିୟଦର୍ଶିନୀ ପରିଡା, ଗୁଞ୍ଜିବାଡି ହାଇସ୍କୁଲ୍ ର ଗଣିତ ଶିକ୍ଷକ ସୁଧୀର କାନ୍ତ ଗୌଡ଼ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଅତିଥି ଭାବେ ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ର ପ୍ରଫେସର୍ ଡ ସନ୍ତୋଷ ନାୟକ, ବିଦ୍ୟାଳୟ ସଭାପତି ରମେଶ ଚନ୍ଦ୍ର ବିଶ୍ବାଳ, ଯୁଗ୍ମ ସମ୍ପାଦକ ପ୍ରଦୀପ ବେହେରା ଯୋଗ ଦେଇ ଉଦଘାଟନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ନାରାୟଣ ସାହୁ ଏବଂ ସମସ୍ତ ଗୁରୁମା ଗୁରୁଜୀ ପରିଚାଳନା ରେ ସହଯୋଗ କରିଥିଲେ ।