ସିଦ୍ଧେଶ୍ୱର ହାଇସ୍କୁଲରେ ବିଜ୍ଞାନ ମେଳା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ସ୍ଥିତ ନୋଡାଲ ହାଇସ୍କୁଲ ରେ ମଙ୍ଗଳବାର ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ନାୟକ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସିଆରସିସି ଅଳକା କୁମାରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ବୃନ୍ଦ ପ୍ରତ୍ୟେକ ବିଷୟ ବସ୍ତୁ କୁ ବୈଜ୍ଞାନିକ ଦୃଷ୍ଟିକୋଣ ପୋଷଣ କରିବା ପାଇଁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସହକାରୀ ଶିକ୍ଷକ ସୁବ୍ରତ କୁମାର ପଣ୍ଡା ମଞ୍ଚାସିନ ଥିଲେ। ୩୨ ଛାତ୍ର ଛାତ୍ରୀ ତଥା ଶିଶୁ ବୈଜ୍ଞାନିକ ନିଜ ନିଜ ପ୍ରକଳ୍ପ ବାବଦରେ ଦର୍ଶକ ମାନଙ୍କୁ ବୁଝାଇ ଥିଲେ। ଅତିଥି ତଥା ବିଚାରକ ରୂପେ ଶିକ୍ଷକ ଉପେନ୍ଦ୍ର କୁମାର ମିଶ୍ର, ଶିକ୍ଷୟତ୍ରୀ ଶୁଭମିକା ରଥ, ଦୀପ୍ତିରାଣୀ କାଟା, କେ. ରାଧା ରେଡ୍ଡୀ ବିଚାରକ ରୂପେ ଦାୟିତ୍ଵ ନିର୍ବାହ କରିଥିଲେ।୫ ଟି ପ୍ରକଳ୍ପ କୁ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ରେ ଅଂଶଗ୍ରହଣ ନିମନ୍ତେ ଚୟନ କରାଯାଇଥିଲା। କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରି ସମ୍ମାନିତ କରିଥିଲେ। ଶିକ୍ଷୟତ୍ରୀ ନିବେଦିତା ନାୟକ, ଶିକ୍ଷକ ସିମାଞ୍ଚଳ ସ୍ୱାଇଁ, ଶେଖ୍ ଅର୍ସଦ୍,ଅମୂଲ୍ୟରଞ୍ଜନ ଭୁଜବଳ ପ୍ରମୁଖ ସହଯୋଗ କରିଥିଲେ।ଶେଷରେ ଶିକ୍ଷକ ତ୍ରିଲୋଚନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


