ବୀଣାପାଣି ନର୍ସରୀ ସ୍କୁଲରେ ବିଜ୍ଞାନମେଳା :୭୦ କୁନି ବୈଜ୍ଞାନିକ ପୁରସ୍କୃତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ମେଡିକାଲ ରୋଡ ସ୍ଥିତ ବୀଣାପାଣି ନର୍ସରୀ ସ୍କୁଲରେ ଶନିବାର  ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ଏବଂ ଖେମୁଣ୍ଡି ଓକିଲ ସଂଘର ପ୍ରାକ୍ତନ ସଭାପତି ହରପ୍ରସାଦ ରଥ,ବିଜ୍ଞାନ ଶିକ୍ଷୟିତ୍ରୀ ସଞ୍ଜୁକ୍ତା ମିଶ୍ର, ଲତିକା ଦେବୀ , ସ୍କୁଲ ଅଧ୍ଯକ୍ଷା ବିଷ୍ଣୁପ୍ରିୟା ଦାଶ, ସହ ଅଧ୍ଯକ୍ଷା ରୀତାଞ୍ଜଳି ମହାରଣା ପ୍ରମୁଖ ସମ୍ମାନିତ  ଅତିଥି ଭାବେ ଯୋଗ  ଦେଇ ଏହାକୁ ଉଦଘାଟନ କରିଥିଲେ।ବିଜ୍ଞାନକୁ ବାଦ ଦେଇ ଦେଶ ପ୍ରଗତିର ପରିକଳ୍ପନା କରାଯାଇପାରିବ ନାହିଁ ବୋଲି ଅତିଥି ବୃନ୍ଦ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଜୁନିୟର ଏବଂ ସିନିୟର ବିଭାଗର ୭୦ ରୁ ଉର୍ଦ୍ଧ୍ବ ପ୍ରକଳ୍ପ ଏହି ମେଳାରେ ପ୍ରଦର୍ଶିତ ହୋଇଥିଲା।ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ବଳରାମ ମହାରଣାଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ପରିଚାଳନା କମିଟି ସଭାପତି ରସାନନ୍ଦ ରାଉତ ଅଧ୍ଯକ୍ଷତା କରିଥିଲେ।  ଶେଷରେ କୁନି ବୈଜ୍ଞାନିକ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷୟିତ୍ରୀ ଗୀତାଞ୍ଜଳି ପଣ୍ଡା, ସଙ୍ଗୀତା ରାଉଳ, ଶିବାନୀ ସାବତ, ପୂଜା ଡାକୁଆ, ଦୀପା ବାଡତ୍ୟା, ବର୍ଷା ସେଠୀ, ରାଜକୁମାରୀ ଜେନା, ପିଙ୍କି ମିଶ୍ର, ପ୍ରିୟଙ୍କା ଗୌଡ଼, ସୁମିତ୍ରା ପାଣିଗ୍ରାହୀ, ଭାବତ୍ରୀ ସାହୁ, ପ୍ରଣତୀ ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ