ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ :ମତ୍ସ୍ୟଜୀବିଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ବାରଣ
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ) :-ଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରୀ ରହିବ। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ। ପବନର ବେଗ ମଧ୍ୟ ଅଧିକ ରହିବ। ଏଥିପାଇଁ ମସ୍ଚ୍ୟଜୀବି ମାନଙ୍କୁ ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ସମୁଦ୍ର ଯିବାକୁ ବାରଣ କରାଯାଇଛି। ଏହା ସହ ଯେଉଁମାନେ ସମୁଦ୍ର ମଧ୍ୟକୁ ଯାଇଛନ୍ତି ସେମାନେ ତୁରନ୍ତ ଫେରି ଆସିବା ପାଈଁ ମଧ୍ୟ ସାଗର ମିତ୍ର ମାନେ ସଚେତନତା କରିଛନ୍ତି। ସମୁଦ୍ରକୁ ଯିବା ପାଈଁ ବାରଣ ରହିଥିବାରୁ ବିଶେଷ ପ୍ରଭାବ ପଡିଛି ମସ୍ଚ୍ୟଜୀବି ମାନଙ୍କ ଜୀବିକା ଉପରେ। ସେମାନେ ସମୁଦ୍ର ଭିତରକୁ ମାଛ ମାରିବା ପାଈଁ ଯାଇପାରୁନାହାନ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ ୨୨ଖଣ୍ଡ ମସ୍ଚ୍ୟଜୀବି ଗାଁ ରହିଛି। ନଗର, କାଳିଆକଣ, ବାଲିଡିଆ, ନୂଆ କାଳିଆକଣ, ବାଲିପନ୍ତାଳ, ଦକ୍ଷିଣ ପନ୍ତାଳ, ବିରୁଡିପନ୍ତାଳ, ଆଳସାହି, ପାଟସୁନ୍ଦରପୁର, ନୂଆଗଡ, ମଧୁପୁର, ବିଲୁଆମଣ୍ଡୁଳି, ଝାଡ଼ଲିଙ୍ଗ, ଛୁରିଆନା, ଗୁଣ୍ଡଳବା, ଅଣକଣା, ଡ଼ାଳୁଅକଣି, ବଳଭଦ୍ରପୁର, ସୁଦିକେଶର, କୁସୁମ୍ବର, ଆଇସିଣିଆ ଓ ସହନ ଆଦି ଅଂଚଳର ମସ୍ଚ୍ୟଜୀବି ମାନେ ସମୁଦ୍ର ଅଶାନ୍ତ ହେବା ଯୋଗୁଁ ସମୁଦ୍ରକୁ ମାଛ ମାରିବା ପାଈଁ ବାରଣ କରାଯାଇଛି। ଏ ନେଇ ନୂଆଗଡ ସମେତ ବିଭିନ୍ନ ଗାଁ ଗୁଡିକ ଓ ସମୁଦ୍ର କୂଳରେ ସାଗର ମିତ୍ର ମାନେ ମସ୍ଚ୍ୟଜୀବି ମାନଙ୍କୁ ସଚେତନ କରିଛନ୍ତି। ଅନ୍ୟ ପଟେ ଏହାର ପ୍ରଭାବ ସିଧା ସଳଖ ମସ୍ଚ୍ୟଜୀବି ମାନଙ୍କ ଉପରେ ପଡୁଛି, ମାଛ ଧରି ଆଣିଲେ ଏହାକୁ ବିକ୍ରି କରିଲେ ସେମାନଙ୍କ ପରିବାର ଚଳେ। ତେଣୁ ସରକାର ସେମାନଙ୍କୁ ସହାୟତା ପ୍ରଦାନ କରିବା ପାଈଁ ସେମାନେ ସରକାର ଙ୍କ ନିକଟରେ ନିବେଦନ କରିଛନ୍ତି।


