ପଞ୍ଚାୟତ ସ୍ତରୀୟ ଦ୍ୱିତୀୟ ଜନଶୁଣାଣୀ

ବୁଗୁଡା ,(ଅନୀଲ କୁମାର ମହାରଣା) : ଗଂଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଳକର କରଚୁଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଦ୍ଵିତୀୟ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ ଅଗଷ୍ଟ  ୨୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ବିଡ଼ିଓ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୁଗୁଡା ତହସିଲଦାର ତାପସ ରାଉତ, ଏବିଡ଼ିଓ ଧର୍ମରାଜ ପରିଡା, କରଚୁଲି ପଞ୍ଚାୟତ ସରପଞ୍ଚ ପାର୍ବତୀ ନାୟକ, ସମିତି ସଭ୍ୟ ଶ୍ରୀହର୍ଷ ପ୍ରଧାନ ଓ ବିଭିନ୍ନ ବିଭାଗର ଅଧିକାରୀ ବୃନ୍ଦ ଯୋଗଦେଇଥିଲେ। କରଚୁଲି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୬୬ ଗୋଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା। ସେଥି ମଧ୍ୟରୁ ୬୧ ଗୋଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୫ ଗୋଟି ଗୋଷ୍ଠୀଗତ ଅଭିଯୋଗ ଥିଲା। ସେଥି ମଧ୍ୟରୁ ୧୭ ଗୋଟି ସମାଧାନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବୁଗୁଡା ବ୍ଳକର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ