ହତ୍ୟା ମାମଲାରେ ଦ୍ଵିତୀୟ ପର୍ଯ୍ୟାୟ ୩ ମୁଖ୍ୟ ଅଭିଯୁକ୍ତ ଗିରଫ
ଛତ୍ରପୁର,(ଓ୍ବାଇଏନଏସ): ଗୋବା ଗ୍ରାମ ର ତୋଫାନ ସ୍ୱାଇଁ ଙ୍କ ହତ୍ୟା ଘଟଣା ରେ ଛତ୍ରପୁର ଥାନା ପୋଲିସ ଦ୍ଵିତୀୟ ପର୍ଯ୍ୟାୟ ରେ ତିନି ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି,ଗିରଫ ମାନେ ହେଲେ ଗୋବା ଗ୍ରାମର ବିଭୁତି ସ୍ୱାଇଁ (୩୭), କେଦାର ସ୍ୱାଇଁ (୨୪) ଓ ସମୀର ସାହୁ ଓରଫ ଦୀପକ (୨୨), ସେମାନଙ୍କ ଠାରୁ ଦୁଇଟି ବାଉଁଶ ଠେଙ୍ଗା ଜବତ କରାଯାଇଛି, ଏନେଇ ଛତ୍ରପୁର ଥାନା ରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ଗଞ୍ଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସପି ରଂଜିତ କୁମାର ପୃଷ୍ଟି, ଗତ ୨ ତାରିଖ ପ୍ରଥମ ପର୍ଯ୍ୟାୟ ରେ ୫ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ରେ ଆଉ ୩ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି, ମୋଟ ଘଟଣା ରେ ୮ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ କରାଯାଇଛି ବୋଲି ଅତିରିକ୍ତ ଏସପି ଶ୍ରୀ ପୃଷ୍ଟି କହିଛନ୍ତି, ତଦନ୍ତ ଅବ୍ୟାହତ ରହିଛି, ଘଟଣା ରେ ଅନ୍ୟ ମାନେ ସମ୍ପୃକ୍ତି ଥିବା ଜଣାପଡିଛି ବୋଲି ମଧ୍ୟ ସେ କହିଥିଲେ, ଗାଁ କୋଠ ସମ୍ପତ୍ତିି ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ୧ ତାରିଖ ଦିନ ଏକ ଅଭାବନୀୟ ଘଟଣା ଛତ୍ରପୁର ଥାନା ଗୋବା ଗ୍ରାମରେ ଘଟୁଥିଲା । ଏହା ଉଗ୍ରରୂପ ନେଇଥିଲା । ଗୋଟିଏ ଗୋଷ୍ଠି ର ଆକ୍ରମଣ ଫଳରେ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୪ ଜଣ ଆହାତ ହୋଇଥିଲେ । ଏଥିରେ ତୋଫାନ ସ୍ୱାଇଁ ମୃତ୍ୟୁ ହୋଇଥିବା ବେଳେ ସୁଧିର ସ୍ୱାଇଁ, ରାହୁଲ ସ୍ୱାଇଁ, ନନ୍ଦ ବାରିକ ଓ ଆଦିତ୍ୟ ସାହୁ ଆହତ ହୋଇଥିଲେ । ଏହି ଘଟଣାରେ ଛତ୍ରପୁର ଥାନା ପୁଲିସ ତ୍ୱରିତ ପଦକ୍ଷେପ ନେଇ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି । ଆଜି ଛତ୍ରପୁର ଥାନା ପରିସରରେ ଅତିରିକ୍ତ ଏସ୍ପି ରଞ୍ଜିତ୍ କୁମାର ପୃଷ୍ଟି, ଛତ୍ରପୁର ଏସ୍ଡିପିଓ ଚନ୍ଦନ କୁମାର ଘଡେଇ, ଥାନା ଅଧିକାରୀ ଦେବାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ସୁଧୀର କୁମାର ସ୍ୱାଇଁଙ୍କ ଏତଲା ଅନୁସାରେ ଛତ୍ରପୁର ଥାନା ପକ୍ଷରୁ ୪୦୫/୨୦୨୫ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନ ଙ୍କୁ ଗିରଫ୍ କରାଯାଇଥିବା ବୋଲି ଅତିରିକ୍ତ ଏସପି ଶ୍ରୀ ପୃଷ୍ଟି କହିଛନ୍ତି । ପୂର୍ବରୁ ଗ୍ରାମର ଦୁଇଗୋଷ୍ଠୀ ମଧ୍ୟରେ ଏଭଳି ତିକ୍ତତା ନେଇ ୨୦୨୩ ରୁ ୨୦୨୫ ମଧ୍ୟରେ ୩ ଟି ମାମଲା ରୁଜୁ କରି ଚାର୍ଜସିଟ ଦାଖଲ ହୋଇଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।