ହଳଦୀ ଚାଷୀଙ୍କୁ ବିହନ ବଣ୍ଟନ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ରାଇକିଆ,(ପ୍ରଦୀପ ବେହେରା):ଏକଦା ବିଶ୍ଵ କୃଷି ବଜାର ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କନ୍ଧମାଳ ହଳଦୀ ଚାଷ କୁ ମୁଖ୍ୟ ସ୍ରୋତ କୁ ଫେରାଇ ଆଣିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଦର ହ୍ରାସ, ପରିଶ୍ରମ ତୁଳନା ରେ କମ ପ୍ରାପ୍ୟ, ଉପଯୁକ୍ତ ବଜାର ସୁବିଧାର ଅଭାବ ଏବଂ ଉତ୍କର୍ଷତା କମିବା ଯୋଗୁଁ ଏହି ଚାଷରୁ ଦିନକୁ ଦିନ ମୁଁହ ଫେରାଉ ଛନ୍ତି ଚାଷୀ । ଏଥି ପ୍ରତି ପୁଣି ଚାଷୀ ଙ୍କ ଆଗ୍ରହ ବଢ଼ାଇବା ପାଇଁ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ପ୍ରୟାସ ରେ ଚାଷୀ ଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହଳଦୀ ଗୁଚ୍ଛ ପ୍ରକଳ୍ପ ଆରମ୍ଭ କରଯାଇଛି । ଏହି ଅବସର ରେ ଚାଷୀ ଙ୍କ ପାଇଁ ବିହନ ବଣ୍ଟନ କରା ଯିବା ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅୟୋଜନ କରାଯାଇଥିଲା । ଦାରିଙ୍ଗିବାଡି ଓ ରାଇକିଆ ବ୍ଲକ୍ ର ବହୁ ସଂଖ୍ୟାରେ ଚାଷୀ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ସାଂସଦ ଭିଡ଼ିଓ ବାର୍ତ୍ତା ମାଧ୍ୟମ ରେ ଚାଷୀ ଏହି କାର୍ଯ୍ୟକ୍ରମ ରେ ଯୋଡ଼ି ହେବାପାଇଁ ଉତ୍ସାହିତ କରିଥିଲେ । ଏହି ଅବସର ରେ ଉପସ୍ଥିତ ଚାଷୀ ମାନେ ଏହି ଯୋଜନା ଓ ଚାଷ ସମ୍ବନ୍ଧୀୟ ବୈଷୟିକ ପ୍ରଶ୍ନ ପଚାରିବୁଝିଥିଲେ । କାର୍ଯ୍ୟକ୍ରମ ରେ ଜିଲ୍ଲା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦି, ବାଲିଗୁଡା ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ରାଇକିଆ ବିଡିଓ ସବ୍ୟସାଚୀ ସାହୁ, ଦାରିଙ୍ଗିବାଡି ବିଡିଓ ପ୍ରୀତି ରଞ୍ଜନ ରଥ , ଭାଜପା ଜିଲ୍ଲା ସଭାପତି ପଣ୍ଡିତ ବିଶ ମାଝୀ, ସାଂସଦ ପ୍ରତିନିଧି ସନ୍ତୋଷ ଲେଙ୍କା, ଶ୍ରୀକାନ୍ତ ମହାନ୍ତି, ମାଧ୍ୟମ ଫାଉଣ୍ଡେସନ ପ୍ରୋଗ୍ରାମ ଅଫିସର ସତ୍ୟଜିତ ରାୟ , ପିମେଣ୍ଟା ପ୍ରତିଷ୍ଠାନ ପ୍ରକଳ୍ପ ମୁଖ୍ୟ ଉତ୍କଳ ପଟ୍ଟନାୟକ, ଦୀପଙ୍କର ଜେନା, ଯୋଗ ଦେଇଥିଲେ। ସନକ ଦିଗାଲ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସନ୍ତୋଷ ପାତ୍ର ଏବଂ ତାପସ ଦଳ ବେହେରା ପରିଚାଳନା ରେ ସହଯୋଗ କରିଥିଲେ ।