ହାଟଡିହି କଲେଜରେ ଆତ୍ମରକ୍ଷା ଶିବିର ଉଦ୍ଯାପିତ
ହାଟଡ଼ିହି,(ଓ୍ବାଇଏନଏସ) : ହାଟଡ଼ିହି ଆଞ୍ଚଳିକ ମହାବିଦ୍ୟାଳୟ +୩ ପ୍ରଥମ ବର୍ଷ ଛାତ୍ରୀଙ୍କ ନିମନ୍ତେ ୮ ଦିନ ଧରି ଚାଲିଥିବା ଆତ୍ମରକ୍ଷା ଶିବିର ଉଦ୍ଯାପିତ ହୋଇଯା ଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ପ୍ରଶିକ୍ଷଣ ନେଇଥିବା ଛାତ୍ରୀ ମାନଙ୍କୁ ଛାତ୍ରୀ ମାନଙ୍କୁ ଅଧ୍ଯକ୍ଷ ଶ୍ରୀ ରାଉତ ମାନପତ୍ର ପ୍ରଦାନ କରି ଭବିଷ୍ୟତରେ କିଭଳି ନିଜକୁ ନିଜେ ସୁରକ୍ଷା ଦେଇପାରିବେ ସେ ବିଷୟରେ ମତ ରଖିଥିଲେ। ଆତ୍ମରକ୍ଷା ଶିବିର ସଂଯୋଜିକା ଅଧ୍ୟାପିକା ନିଲମ୍ ସୋୟାନ୍ ଓ ଅଧ୍ୟାପିକା ସ୍ବାଗତିକା ନାୟକଙ୍କ ତତ୍ତ୍ବାବଧାନରେ ପ୍ରଶିକ୍ଷିକା ଶ୍ରୀମନ୍ତିନୀ ସାହୁ ତାଲିମପ୍ରାପ୍ତ ଛାତ୍ରୀମାନଙ୍କୁ ଆତ୍ମାରକ୍ଷା କୌଶଳ ଉପରେ ପ୍ରଶିକ୍ଷଣ ଦେଇଥିଲେ। ଏହି ଉତ୍ସବରେ ଅଧ୍ୟାପକ ଗୌରାଙ୍ଗ ଚରଣ ନାୟକ, ସନାତନ ଖୁଣ୍ଟିଆ, ରବୀନ୍ଦ୍ର ନାଥ ଜେନା, ଲିକ୍ସା ପ୍ରିୟଦର୍ଶିନୀ ବେହେରା, ପ୍ରିୟଙ୍କା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପିକା ନିଲମ ସୋୟାନ ଧନ୍ୟବାଦ ଅର୍ପଣ କରିଥିଲେ।


