ବିଜ୍ଞାନ ମହାବିଦ୍ୟାଳୟରେ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ

ପୋଲସରା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ପ୍ରିନ୍ସପାଲ ଡ଼ଃ ଦିଲ୍ଲୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆତ୍ମ ନିର୍ଭର ଭାରତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ନଗର ସାଂସଦ ପ୍ରତିନିଧି ସିମାଞ୍ଚଳ ସାହୁ ଯୋଗ ଦେଇ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି ଙ୍କ ଅଭିନବ ଯୋଜନା ଘରେ ଘରେ ସ୍ବଦେଶୀ ବ୍ୟବହାର ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ବୃନ୍ଦ ସ୍ବଦେଶୀ ସଂକଳ୍ପ ପତ୍ର ପାଇଁ ଶପଥ ପାଠ କରିଥିଲେ। ଅଧ୍ୟାପକ ସ୍ୱାଭିମାନ ସାହୁ, ଅଧ୍ୟାପିକା ଡ଼ଃ ଜ୍ୟୋସ୍ନାରାଣୀ ପଟ୍ଟନାୟକ, କାର୍ଯ୍ୟକ୍ରମ ଅଧିକାରିଣୀ ଲେଫ୍ଟନାଣ୍ଟ ବିନତା କୁମାରୀ ଦାଶ ପ୍ରମୁଖ ମଞ୍ଚାସୀନ ରହି ସ୍ବଦେଶୀ ଦ୍ରବ୍ୟ ର ବ୍ୟବହାର ଓ ମହତ୍ତ୍ୱ ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପକ ଡ଼ଃ ବିରଞ୍ଚି ନାରାୟଣ ରଥ, ଦେବାଶିଷ ସ୍ୱାଇଁ VOCAL FOR LOCAL, START UP INNOVATION କାର୍ଯ୍ୟକ୍ରମ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ଜ୍ୟୋତି ପାଣିଗ୍ରାହୀଙ୍କୁ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସେଡ଼ର ପୁରସ୍କାର ଅତିଥିମାନଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା। ଅଧ୍ୟାପିକା ପିଙ୍କି ପ୍ରଧାନ, ସୁମିତା ରାଉତ, ଡେମୋନଷ୍ଟେଟର ସୁଜାତା ରାଣୀ ବେହେରା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପିକା ଡକ୍ଟର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ