ଭୀଷ୍ମଗିରି କଲେଜରେ ଆଲୋଚନାଚକ୍ର

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜ ରାଜନୀତି ବିଜ୍ଞାନ ବିଭାଗ ଆନୁକୁଲ୍ଯରେ ଅଧ୍ୟକ୍ଷ  ନିହାର ରଞ୍ଜନ କର ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ “ନୀତି, ନୈତିକତା ଓ ଆଧ୍ୟାତ୍ମିକତାର ବିକାଶରେ ସମାଜର ବିକାଶ ” ଶୀର୍ଷକ ସନ୍ଦର୍ଭ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ଯ ଅତିଥି ରୂପେ ବରିଷ୍ଠ  ପ୍ରାଧ୍ୟାପକ  ନୃସିଂହ ପ୍ରସାଦ ମିଶ୍ର ଓ ମୁଖ୍ଯବକ୍ତା ରୂପେ  ସୁରେନ୍ଦ୍ର କୁମାର ପଣ୍ଡା , ସମ୍ମାନିତ ଅତିଥିରୂପେ ବେଲେଶ୍ୱର କଲେଜ ଅଧ୍ୟକ୍ଷ  ରାମକୃଷ୍ଣ ଗୌଡ ଏବଂ ଭରତପତି କଲେଜ ଅଧ୍ୟାପିକା  ପୂର୍ଣପ୍ରଭା ତ୍ରିପାଠୀ , ଭୀଷ୍ମଗିରି କଲେଜ ଆଇ.କ୍ଯୁ.ଏସି ସଂଯୋଜକ ଅଧ୍ୟାପକ କାହ୍ନୁଚରଣ ପାଢୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ଛାତ୍ର ସମାଜର ଚାରିତ୍ରିକ ଉନ୍ନତି ଦିଗରେ ନୀତି ନୈତିକତାର ଓ ଆଧ୍ୟାତ୍ମିକତାର  ଆବଶ୍ୟକତା  ଅପରିହାର୍ଯ୍ଯ। ଏହା ଥିଲା ମଞ୍ଚାସିନ ଅତିଥିଗଣଙ୍କ ଆଲୋଚନାର ମୁଖ୍ଯ ନିର୍ଯ୍ୟାସ। ରାଜେଶ ଗୌଡ, ପପୁନ ଗୌଡ, ଅଦିତି ଆଚାରୀ, ଆଶା ସେଠୀ ପ୍ରମୁଖ ଛାତ୍ରୀ ଛାତ୍ର ମାନେ ସ୍ବରଚିତ ସନ୍ଦର୍ଭ ପାଠ କରିଥିଲେ ।   ଅଧ୍ୟାପକ ଦେବଦତ୍ତ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ଯ ଅଧ୍ୟାପିକା ଇତିପ୍ରଭା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।କଲେଜର ସମସ୍ତ  ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀଙ୍କ ସମେତ ବହୁ ସଂଖ୍ୟକ  ଛାତ୍ର ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ