ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଆଲୋଚନା ଚକ୍ର

ରାଇକିଆ(ପ୍ରଦୀପ ବେହେରା): 1975 ରେ ଭାରତରେ ଯେଉଁ ଜରୁରୀ କାଳୀନ ପରିସ୍ଥିତି ଲାଗୁ କରଯାଇଥିଲା ତାହା ଭାରତୀୟ ସମ୍ବିଧାନ ର ଆତ୍ମା ର ବିରୁଦ୍ଧ ଥିଲା । ଏହାକୁ ଭାରତ ଇତିହାସ ର ଅନ୍ୟତମ କଳଙ୍କିତ ଅଧ୍ୟାୟ ଏବଂ ଏହି ଦିବସ କୁ ସମ୍ବିଧାନ ର ହତ୍ୟା ଦିବସ ଭାବେ ମଧ୍ୟ ବିବେଚନା କରାଯାଏ । ଏ ନେଇ କନ୍ଧମାଳ ଜିଲ୍ଲା ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ଠାରେ ଏକ ଆଲୋଚନା ଚକ୍ର ରେ ଛାତ୍ରୀ ଛାତ୍ର ଏବଂ ଅଧ୍ୟାପକ ଅଧ୍ୟାପିକା ବୃନ୍ଦ ସାମିଲ ହୋଇ ନିଜର ବକ୍ତବ୍ୟ ରଖିଥିଲେ । ପ୍ରିନ୍ସିପଲ୍ ଦାୟିତ୍ବ ରେ ଥିବା ଅଧ୍ୟାପକ ଦିଲୀପ ନାୟକ, କାର୍ଯ୍ୟକ୍ରମ ସଂଯୋଜକ ରାଜନୀତି ବିଜ୍ଞାନ ବିଭାଗ ର ବରିଷ୍ଠ ଅଧ୍ୟାପକ ବେଣୁପାଣି ମହାପାତ୍ର , ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଜଗନ୍ନାଥ ଦାସ ଜରୁରୀକାଳୀନ ପରିସ୍ଥିତି ଘୋଷଣା ଏକ କଳଙ୍କିତ ଅଧ୍ୟାୟ ବୋଲି ମତ ପ୍ରକାଶ କରିବା ସହ  ଏହାର ପରବର୍ତ୍ତୀ ପରିସ୍ଥିତି ଓ ଦୀର୍ଘକାଳୀନ ପ୍ରଭାବ ସଂପର୍କ ରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ରେ ଅଧ୍ୟାପକ ବିଶ୍ବବିହାରୀ ଦଳାଇ,ଅଧ୍ୟାପିକା ମଞ୍ଜୁଳା ସାହୁ, କାଜଲ ଦଳାଇ, ଲିଜାଲିନ ଭୋଇ, ଫିରଦୋଷି ପ୍ରଧାନ ଏବଂ ଗୀତାଞ୍ଜଳି ଗନ୍ତାୟତ ଯୋଗ ଦେଇଥିଲେ । ଏହି ଅବସର ରେ ବିଭିନ୍ନ ପ୍ରବନ୍ଧ, ବକ୍ତୃତା ,ନାଟକ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ