ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଶିକ୍ଷା ବିଭାଗର ଆଲୋଚନା ଚକ୍ର

ବାରିପଦା,(ମୁରାରୀ ମୋହନ ମହାପାତ୍ର): ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ଶିକ୍ଷକ ଶିକ୍ଷା ବିଭାଗ ଦ୍ୱାରା ଏକ ଜାତୀୟ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି l “ଜାତୀୟ ଶିକ୍ଷା ନୀତି–୨୦୨୦ ଅଧୀନରେ ଶିକ୍ଷକ ଶିକ୍ଷାରେ ଆଇଟିଇପି ଏକ କୌଶଳଗତ ପୁନର୍ଗଠନ” ଶୀର୍ଷକରେ ଆୟୋଜିତ ଏହି ଆଲୋଚନା ଚକ୍ରର ଉଦ୍ଘାଟନୀ ସଭା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନାରାୟଣ ପ୍ରସାଦ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା l ଆଲୋଚନାଚକ୍ରର କନଭିନର ଡକ୍ଟର ସରୋଜ ନାୟକ ଅତିଥି ପରିଚୟ ପ୍ରଦାନ ସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ l ବିଭାଗୀୟ ମୁଖ୍ୟ କ୍ୟାପଟେନ ଡକ୍ଟର ବିଦ୍ୟୁତ ପ୍ରଭା ଦାସ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ କୋ କନଭିନର ଡକ୍ଟର ସଦାନନ୍ଦ ମେହେର ଆଲୋଚନାଚକ୍ର ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପ୍ରତିପାଦନ କରିଥିଲେ l ମୁଖ୍ୟ ଅତିଥିଭାବେ ଝାରଖଣ୍ଡ କଲହା୍ନ ବିଶ୍ୱବିଦ୍ୟାଳୟ ଶିକ୍ଷକ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡକ୍ଟର ସୁଚିତ୍ରା ବେହେରା, ମୁଖ୍ୟବକ୍ତା ଭାବେ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ବାଲେଶ୍ୱରର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ସଞ୍ଜୟ କୁମାର ଦେ, ସମ୍ମାନିତ ଅତିଥିଭାବେ ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ବାରିପଦାର ଅଧ୍ୟକ୍ଷ ଡକ୍ଟର ଖିରୋଦ କୁମାର ଚୌଧୁରୀ ଯୋଗଦେଇ ସାର ଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ l ସହକାରୀ ପ୍ରଫେସର ଡକ୍ଟର ଦିଲ୍ଲୀପ କୁମାର ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ l ବୈଷୟିକ ଅଧିବେଶନରେ ରିସର୍ସ ପର୍ସନ ଭାବେ ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ବିଳାସପୁର ଛତିଶଗଡ ଶିକ୍ଷକ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡକ୍ଟର ସମ୍ବିତ ପlଢି ଯୋଗ ଦେଇ ନିଜ ନିବନ୍ଧ ଉପସ୍ଥାପନ କରିଥିବା ବେଳେ ସାରାଦେଶର ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ସର୍ବପରି ଆଇଆଇଟି ର ଛାତ୍ର ଛାତ୍ରୀ ମାନେ ନିଜ ସନ୍ଦର୍ଭ ଉପସ୍ଥାପନ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ଆଇଟିଇପି ପ୍ରଥମ ବର୍ଷ ଛାତ୍ରୀ ପ୍ରିୟଙ୍କା ବେଜ,ଅଂଶୁମାନ ମହାନ୍ତ ଓ ତାଙ୍କ ଟିମ ନେତୃତ୍ୱ ନେଇଥିବା ବେଳେ ସହକାରୀ ପ୍ରଫେସର ଡକ୍ଟର ନିରୁପମା ନାୟକ, ଉମେଶ ଚନ୍ଦ୍ର ମାଝୀ, ଡକ୍ଟର ଭାଦବ ହେମ୍ବ୍ରମ, ରାଜେନ୍ଦ୍ର କୁମାର ବେହେରା, ଡକ୍ଟର ଧନଞ୍ଜୟ ସିଂ, ସୁଶାନ୍ତ କୁମାର ରଣା, ସବିତାଶୋଭା ପ୍ରଧାନ,ସୁଶ୍ରୀ ସଂଗୀତା ପାତ୍ର, ବୈଜୟନ୍ତୀ ଧରା,ପ୍ରଦୀପ ମଲ୍ଲିକ, ଅଧ୍ୟାପକ ଶକ୍ତିଜିତ ନାୟକ, ସତ୍ୟଜିତ ପାଣିଗ୍ରାହୀ, ନମିତା ସୋରେନ, ସନ୍ଧ୍ୟାରାଣୀ ଧୁପାଳ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ