ଶୈଶବାବସ୍ଥା ବାଳିକା ଶିକ୍ଷା ଆଲୋଚନା ଚକ୍ର

ବୁଗୁଡ଼ା (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପୋଚାଲୁଣ୍ଡି ମା କାଳୀ କୃଷକ ବିଦ୍ୟାପୀଠରେ  ” ଶୈଶବାବସ୍ଥା ବାଳିକା ଶିକ୍ଷା ଆଲୋଚନା ଚକ୍ର ” ଶିକ୍ଷାନୁଷ୍ଠାନ ପକ୍ଷରୁ  ପ୍ରଧାନ ଶିକ୍ଷକ ରମାରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ବୁଗୁଡ଼ା ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ପଦାରବିନ୍ଦ ଷଢଙ୍ଗୀ ଓ ଡାକ୍ତର ଚିନ୍ମୟୀ ସାମନ୍ତରା ସମ୍ବଳ ବ୍ୟକ୍ତି ରୂପେ ଯୋଗଦେଇ କିଶୋରୀ ବାଳିକାଙ୍କ ଶିକ୍ଷା ଓ ସଚେତନତା ସମ୍ପର୍କରେ ସୂଚନା ପ୍ରଦାନ ସହ ବାଳିକାମାନଙ୍କ ବୌଦ୍ଧିକ, ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟ ସମ୍ପର୍କରେ ଆଲୋକପାତ କରିଥିଲା। ଏହି କାର୍ଯ୍ୟକ୍ରମରେ ପଚାଶରୁ ଉର୍ଦ୍ଧ୍ବ କିଶୋରି ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ