ବରିଷ୍ଠ ନାଗରିକ ବିକାଶ ମଞ୍ଚର ବାର୍ଷିକ ଉତ୍ସବ
ହାଟଡିହି (ଓ୍ବାଇଏନଏସ) : ଆଞ୍ଚଳିକ ବରିଷ୍ଠ ନାଗରିକ ବିକାଶ ମଞ୍ଚ,ସୋସୋର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସଭାପତି ପର୍ଶୁରାମ ପେଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଦୈତାରୀ ନାଏକ, ମୁଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଗୋସ୍ୱାମୀ ଗୋଲାମ ଦେବତା, ସମ୍ମାନିତ ଅତିଥି ଭାବେ ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ, କବି ଓ ଶିଶୁ ସାହିତ୍ୟିକ ରତ୍ନାକର ଦାସ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ପ୍ରାକ୍ତନ ଜିଲ୍ଲାଜଜ ନରେନ୍ଦ୍ର କୁମାର ସାମଲ, ଉପସଭାପତି ନରହରି ପାତ୍ର ପ୍ରମୁଖ ଯୋଗଦେଇଥିଲେ। ବରିଷ୍ଠ ନାଗରିକ ମାନେ କାଳେ କାଳେ ସମାଜର ପଥ ଦ୍ରଷ୍ଟା, କିନ୍ତୁ ଆଜିର ସମାଜ ସେମାନଙ୍କୁ ଗ୍ରହଣ ନକରିବା ପରିତାପର ବିଷୟ ବୋଲି ମୁଖ୍ୟବକ୍ତା ଶ୍ରୀଯୁକ୍ତ ଗୋସ୍ୱାମୀ ଗୋଲାମ ଦେବତା ମତବ୍ୟକ୍ତ କରିଥିଲେ। ସେହିପରି ବରିଷ୍ଠ ନାଗରିକ ମାନଙ୍କ ପାଇଁ ସରକାରୀ ସ୍ଥରରେ ବିବିଧ ଆଇନ ପ୍ରଣୟନ କରିଥିଲେ ବି ତାହା ଗ୍ରାମାଞ୍ଚଳର ବରିଷ୍ଠ ନାଗରିକଙ୍କ ପାଖରେ ପହଞ୍ଚି ପାରୁନି, ଏଥିପାଇଁ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ଜରୁରୀ ବୋଲି ସମ୍ମାନିତ ଅତିଥି ପ୍ରଫେସର ରମାକାନ୍ତ ନାୟକ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିକାଶ ମଞ୍ଚର ମୁଖପତ୍ର ‘ଗୋଧୂଳି’ କୁ ଅତିଥି ମାନେ ଉନ୍ମୋଚିତ କରିଥିଲେ। ଏହି ଅବସରରେ ସୁନାମାଧନ୍ୟ ଡାକ୍ତର ରବୀନ୍ଦ୍ର କୁମାର ନାୟକ, ଶିଳ୍ପୀ ଅନାଦି ଚରଣ ଓଝା, ବିଶିଷ୍ଟ ଚାଷୀ ଉତ୍ତମ କୁମାର ସାହୁ, ବିଶିଷ୍ଟ ଶିକ୍ଷାବିତ ରଘୁନାଥ ପତି, ଆଦର୍ଶ ଶିକ୍ଷକ ଭଜହରି ମିଶ୍ର, କାଠିଆସରାର ମହିଳା ଭାଗବତ ଟୁଙ୍ଗିର କର୍ମକର୍ତ୍ତା ପ୍ରମୁଖଙ୍କୁ ମାନପତ୍ର, ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇ ଥିଲା। ନାରାୟଣ ଚନ୍ଦ୍ର ଲେଙ୍କା ଅତିଥି ପରିଚୟ ଓ ମଞ୍ଚ ସଂଯୋଜନା କରିଥିବା ବେଳେ ମୋହନ କୁମାର ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କାର୍ଯ୍ୟକାରୀ ସଭାପତି ନୃସିଂହ ଚରଣ ଦେହୁରୀ, ଭୀମସେନ ମଲ୍ଲିକ,ନାରାୟଣ ଚନ୍ଦ୍ର ରାଉତ, ଶରତ କୁମାର ରାଉତ, ଅଲେଖ ଚନ୍ଦ୍ର ବେହେରା, ହରମୋହନ ପଣ୍ଡା, ସୁରଥ କୁମାର ସାହୁ, ବୃନ୍ଦାବନ ରାଉତ, ଶଙ୍ଖାଳି ରଣା, ଭଗବାନ ବିଶ୍ଵାଳ, ଅନ୍ତର୍ଯ୍ୟାମୀ ରାଉତ, ଭୁବନାନନ୍ଦ ପଟ୍ଟନାୟକ, ଅମୂଲ୍ୟ କୁମାର ମିଶ୍ର, ଚତୁର୍ଭୁଜ ପହି, ରବିନ୍ଦ୍ର କୁମାର ସାହୁ, ନାରାୟଣ ଚନ୍ଦ୍ର ବିଶ୍ଵାଳ,ସୁଦର୍ଶନ ଯେନା, ରମେଶ ଚନ୍ଦ୍ର ମହାନ୍ତି, ବୈକୁଣ୍ଠ ନାଥ ରାଉତ, ନରେନ୍ଦ୍ର କୁମାର ସାମଲ, ବିନୋଦ ରାଉତ, ଗୋପାଳକୃଷ୍ଣ ରାଉତ, ବସନ୍ତ କୁମାର ବାସ, ବୃନ୍ଦାବନ ବେହେରା, ଗୋପବନ୍ଧୁ ପାଣିଗ୍ରାହୀ, ଗଳେନ୍ଦ୍ର ବେହେରା, ଅଜିତ କୁମାର ରାଉତ, ନବଘନ ପଣ୍ଡିତ,ଗଙ୍ଗାଧର ରାଉତ, ପ୍ରଫୁଲ କୁମାର ମିଶ୍ର, ଈଷାରାଣୀ ବାରିକ, ବିଦ୍ୟାଧର ପୁହାଣ, କାଙ୍ଗାଳି ଚରଣ ରାଉତଙ୍କ ସମେତ ଶତାଧିକ ସଦସ୍ୟ ଯୋଗଦେଇଥିଲେ।


