ଖଣି ଖୋଲିବା ନେଇ ସାଂସଦଙ୍କୁ ଭେଟିଲେ ବରିଷ୍ଠ ନାଗରିକ

ହାଟଡିହି (ବିକାଶ ବିଶ୍ବାଳ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଥିବା ବଉଳା କ୍ରୋମାଇଟ ଖଣି ଖୋଲିବା ନେଇ ୩୪ନଂ ଜୋନର ବରିଷ୍ଠ ନାଗରିକ ବିକାଶ ମଞ୍ଚର କର୍ମକର୍ତ୍ତା ମାନେ କେନ୍ଦୁଝର ସାଂସଦଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏ ଅଞ୍ଚଳରେ ତିନି ତିନଟି କ୍ରୋମାଇଟ ଖଣି ଥିବା ବେଳେ ହଜାର ହଜାର ଶ୍ରମିକ ନିୟୋଜିତ ହୋଇଥିଲେ। ୧୯୯୯ ମସିହା ପରଠାରୁ ପର୍ଯ୍ୟାୟ କ୍ରମେ ତିନୋଟି ଯାକ ଖଣି ବନ୍ଦ ହୋଇଯିବା ପରେ ଲୋକମାନେ କର୍ମ ସଂସ୍ଥାନ ହରାଇ ବସିଲେ। ପରବର୍ତ୍ତୀ ସମୟରେ ଗୋଟିଏ ଖଣି ଆଂଶିକ ଚାଲିଛି। ମାତ୍ର ତାହା ଏ ଅଞ୍ଚଳର ଳୋକଙ୍କୁ କର୍ମ ସଂସ୍ଥାନ ଯୋଗାଇବାରେ ସକ୍ଷମ ହୋଇ ପାରୁନି। ତେଣୁ ବନ୍ଦ ହୋଇଯାଇଥିବା ଖଣି ଗୁଡ଼ିକୁ ଚାଲୁ କରିବା ଦିଗରେ ସରକାର ପଦକ୍ଷେପ ନେବାକୁ ୩୪ନଂ ଜୋନର ବରିଷ୍ଠ ନାଗରିକ ବିକାଶ ମଞ୍ଚର ସଭାପତି ପର୍ଶୁରାମ ପେଡ଼ା, କାର୍ଯ୍ୟକାରୀ ସଭାପତି ନୃସିଂହ ଚରଣ ଦେହୁରୀ, ସଦସ୍ୟ ନାରାୟଣ ବିଶ୍ୱାଳ, ଭୁବନାନନ୍ଦ ପଟ୍ଟନାୟକ ପ୍ରମୁଖ ବହୁ ସଦସ୍ୟ କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଖଣିଗୁଡିକ ଖୋଲିଲେ ଏହି ଅଞ୍ଚଳର ହଜାର ହଜାର ଶ୍ରମିକ ନିଯୁକ୍ତି ପାଇବା ସହିତ ଏହି ଅଞ୍ଚଳର ଲୋକମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ ହେବ ବୋଲି କହିଥିଲେ। ସେହିପରି ବରିଷ୍ଠ ନାଗରିକର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ବରିଷ୍ଠ ନାଗରିକ ମାନଙ୍କ  ସକାଶେ ଗୃହଟିଏ ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦେବାକୁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ