ବରିଷ୍ଠ ନାଗରିକ ସଂଘର ଯୋଗ ଶିବିର ଉଦ୍‌ଘାଟିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କୁଆଁଶମଢିଆସ୍ଥିତ ସଂଘ ଗୃହରେ ଆଗରପଡା ବରିଷ୍ଠ ନାଗରିକ ସଂଘର ଯୋଗ ଶିବିର ଉଦ୍‌ଘାଟିତ ହୋଇଯାଇଛି । ସଂଘର ସଭାପତି କୈଳାଶ ଚନ୍ଦ୍ର ଧଳଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ଥାନାଧିକାରୀ ଦେବରାଜ ଜେନା ଯୋଗ ଦେଇ ପ୍ରଦୀପ ପ୍ରଜ୍ଜେ୍ୱାଳନ ପୂର୍ବକ ଶିବିରକୁ ଉଦ୍‌ଘାଟନ କରିବା ସହ ବରିଷ୍ଠ ନାଗରିକ ମାନେ ପ୍ରତ୍ୟେହ ଯୋଗ ପ୍ରାଣାୟମ କରିବା ଦ୍ୱାରା ବୟସର ଅପରାହ୍ନରେ ଶରୀରକୁ ସୁସ୍ଥ ରଖି ପାରିବେ ବୋଲି କହିଥିଲେ । ଜିଲା ଯୋଗ ଗୁରୁ ଧରଣୀଧର କର ଯୋଗ ଦେଇ ଗୁରୁଜନ ମାନଙ୍କୁ ଯୋଗ ଶିକ୍ଷା ଦେବା ଏକ ବଡ ସେବା ବୋଲି କହିବା ସହ ରୋଗର ଉପଚାର ପାଇଁ ଯୋଗ ଏକ ପ୍ରମୁଖ ମାଧ୍ୟମ ଏବଂ ସାଧକ ସଠିକ୍ ଅଭ୍ୟାସ ଗ୍ରହଣ କରି ନିୟମିତ ଅଭ୍ୟାସ କଲେ ଅସାଧ୍ୟ ରୋଗ ଦୂର ହୋଇପାରିବ ବୋଲି କହିଥିଲେ । ଶିବିରରେ ସଂଘର ସମ୍ପାଦକ ରଞ୍ଜନ କୁମାର ଦାଶ, କାର୍ଯ୍ୟକାରୀ ସଭାପତି ରତ୍ନାକର ନାୟକ, ଉପସଭାପତି ଚିତ୍ତ ରଞ୍ଜନ ସାମନ୍ତରାୟ, ଉପଦେଷ୍ଟା ସୁବାଷ ଦାଶ, ଗୋବିନ୍ଦ ଚନ୍ଦ୍ର ସାହୁ, ସଭ୍ୟ ସୁରେନ୍ଦ୍ରନାଥ ବିନ୍ଧାଣୀ, ମହେନ୍ଦ୍ର ମଲ୍ଲିକ, ଶତୃଘ୍ନ ପାଣିଗ୍ରାହୀ, ସତ୍ୟନ୍ଦ୍ର କୁମାର ମହୁରୀ, ପଦ୍ମନାଭ ଦାଶ, ଜଗନ୍ନଥ ଶତପଥୀ, କୃଷ୍ଣ ଚନ୍ଦ୍ର ରଣା, ଗୋଲକ ବିହାରୀ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଯୋଗଭ୍ୟାସ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ